Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others

4  

Bharatabandhu Biswal

Inspirational Others

ନାଗରିକ

ନାଗରିକ

1 min
231



ଭାରତବର୍ଷର ଆମେ ନାଗରିକ

   ସଭିଏଁ ଭାଇ ଭଉଣୀ

ସୁରକ୍ଷିତ ଆମ ମୈ।ଳିକାଧିକାର

    ସାର୍ବଭୌମ ସ୍ୱଚଳନି ।

ଆମ ଶିକ୍ଷା ଦୀକ୍ଷା ଧରମ କରମ

   ସେବା ଗମନାଗମନ

ଆମ ସ୍ୱ ସ୍ୱାୟତ୍ତ ନୀତି ଓ ନିୟମେ

   ହୁଏ ସୁପରିଚାଳନ ।

ମତଦାନ କରି ନିର୍ବାଚିତ କରୁ

   ଆମେ ଜନ ପ୍ରତିନିଧି

ଲୋକ ବହୁମତେ ପ୍ରଣୀତ ହୁଅଇ

   ପ୍ରଶାସନ ତନ୍ତ୍ର ବିଧି ।

ପ୍ରତି ପାଞ୍ଚ ବର୍ଷେ ହୁଏ ଅନୁଷ୍ଠିତ

   ସାଧାରଣ ନିର୍ବାଚନ

ସାବ୍ୟସ୍ତେ ସ୍ୱତନ୍ତ୍ର ମତ ଅଧିକାର

   ନାଗରିକ ପ୍ରତି ଜନ ।

ଜାତି ସ୍ୱ।ଭିମାନ ପୁଣ୍ୟ ଓ ପବିତ୍ର

   ଆମ ଐତିହ୍ୟ ସଂସ୍କୃତି

ସୁକର୍ତ୍ତବ୍ୟେ ଆମ ସର୍ବଦା ଜୀବନ୍ତ

   ପ୍ରକୃତି ଅମୂର୍ତ ମୂର୍ତ୍ତି ।

ଦେଶ ମାତୃକାର ସେବା ଓ ସୁରକ୍ଷା

   ତା ପ୍ରଗତି ଉତ୍କର୍ଷତା

ସାଧନ ନିମନ୍ତେ ଜୀବନ ଉତ୍ସର୍ଗ

  ନାଗରିକ ପରାକାଷ୍ଠା ।


  


Rate this content
Log in

Similar oriya poem from Inspirational