STORYMIRROR

NIBEDITA MOHAPATRA

Inspirational

4  

NIBEDITA MOHAPATRA

Inspirational

ଶିକ୍ଷକ

ଶିକ୍ଷକ

1 min
177


ସମାଜ ସଂଗଠକ ସାଜିଛ ଧରି 

ଅନୁଶାସନର ଯଷ୍ଟି

ପ୍ରେରଣାର ମନ୍ଦାକିନୀ ପ୍ରବାହନେ

କରିଥାଅ ନବ ସୃଷ୍ଟି।


ନ୍ୟାୟ ଆଦର୍ଶର ଜୀବନ୍ତ ପ୍ରତୀକ

ଏ ଜାତିର କର୍ଣ୍ଣଧାର

ତୁମ ଜ୍ଞାନ ପ୍ରକାଶରେ ଦୂରିଭୂତ

ହୁଏ ଅଜ୍ଞାନ ଅନ୍ଧାର।


ମାଟି ପିଣ୍ଡୁଳାକୁ ଅତି ଯତନରେ

ସୁନ୍ଦର ରୂପେ ସଜାଇ

ପ୍ରତିଷ୍ଠିତ କର ସଂସାର ମଞ୍ଚରେ

ନୂଆ ପରିଚୟ ଦେଇ।


ଈଶ୍ବର ସମାନ ପୂଜନୀୟ ନିତ୍ୟ

ପ୍ରତି ସ୍ଥାନେ ପ୍ରତି କ୍ଷଣେ

ତଥାପି ନ ରଖ ଆଶା କିଛି କେବେ

ପାଇବାକୁ ପ୍ରତିଦାନେ।


ମନ ଉପବନେ ପ୍ରସ୍ଫୁଟିତ କରି

ବିବେକ କୁସୁମ କଢି

ବଞ୍ଚିବାର ନୂଆ କୌଶଳ ଶିଖାଇ

ଦିଅ ହେ ଜୀବନ ଗଢି।


ଶିକ୍ଷାଦାନ ଦେଇ ସାକ୍ଷରତା ବୃଦ୍ଧି

ତୁମ ଜୀବନର ଧର୍ମ

ସେଥିପାଇଁ ଜଳ ସଳିତା ସମାନ

କରିବାକୁ ନିଜ କର୍ମ।


ନିଃସ୍ୱାର୍ଥପରତାର ପ୍ରତୀକ ସାଜି

ଉଭା ହୋଇ ଭୂମଣ୍ଡଳେ

ଜଗତ କଲ୍ୟାଣ କରୁଥାଅ ତୁମେ

ନିଜର ଯୋଗ୍ୟତା ବଳେ।


ତୁମରି କାଉଁରୀ ପରସ ପାଇଲେ

କାଚ ବି ହୁଏ କାଞ୍ଚନ

ନ କରିଣ ହେଳା ଅଟଳ ନିଶ୍ଚଳେ

କର୍ତ୍ତବ୍ୟେ ରୁହ ମଗନ।


ପୁରୁଷୋତ୍ତମ ହୋଇଲେ ରାମ ପାଇ

ବଶିଷ୍ଠଙ୍କ କୃପା ଧାର

ଦ୍ରୋଣଙ୍କ ଚେଷ୍ଟାରେ ଅର୍ଜୁନ ସାଜିଲେ 

ବୀର ଶ୍ରେଷ୍ଠ ଧନୁର୍ଦ୍ଧର ।


ଯୁଗେ ଯୁଗେ ସଦା ମହୀୟାନ ଗୁରୁ

ଏକଥା ଅନ୍ୟଥା ନୁହେଁ

ଗୁରୁ ପାଇଁ ଛାତ୍ର ଲଭିଥାଏ ଯଶ

ସବୁରି ତୁଣ୍ଡ ଯେ କହେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational