ଏକ ରାତ୍ରିର ଯାତ୍ରା
ଏକ ରାତ୍ରିର ଯାତ୍ରା
ଗାଢ଼ ଘନ ତମିଶ୍ରା ରେ ଚାନ୍ଦିନୀ ବିହୀନ
ଚାଲି ଚାଲି ଯାଉ ଥାଏ କେଉଁ ଦୂର ସ୍ଥାନ ।
ମନେ ପଡେ ବିଗତ ସେ ସମୟର ସ୍ମୃତି
ଚକିତେ ନିରତେ ଧାଇଁ ଆସେ ମନେ ଭାସି ।
କାହିଁ କି ନା ରୋମାଞ୍ଚକ ଥିଲା ସେହି ଯାତ୍ରା
ଭୟ ଭୀତି ବିଜଡ଼ିତ ବିଜନ ତମିଶ୍ରା ।
ଭୂତ ପ୍ରେତ ପିଶାଚ ମାନଙ୍କ ଭୟ ଭ୍ରାନ୍ତି
ପ୍ରଚୁର ଗରମ ପୁଣି ଯାତ୍ରା ଅନୁଭୂତି ।
ଅବିସ୍ମରଣୀୟ ହୋଇ ରହିବ ମନରେ
ରୋମାଞ୍ଚ ସଞ୍ଚାର କରାଇ ସେ ବେଳେ ବେଳେ ।
ଅଜାଣତରେ ମୋ ମନ ଭାବନା ନିମଗ୍ନ
ଥିଲେବି ରାତିର ସେହି ଅଭୁଲା ସପନ ।
ସ୍ପନ୍ଦନ ଯୋଗାଇ ଦିଏ ଜାଗୃତି ଆହ୍ୱାନ
ଭୟ ଭୀତି ବିଜଡ଼ିତ ଚିତ୍ତେ କ୍ଷଣ କ୍ଷଣ ।