STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଅଧର୍ମ

ଅଧର୍ମ

1 min
149

ମଣିଷ ଆଜି ଅନ୍ୟାୟ ଏତେ କରୁଛି

ଧର୍ମ ଦାଣ୍ଡରେ ଆଜି ଅଧର୍ମ ରାଜା ହୋଇଛି

ପୁଣ୍ୟର ନୀତିରେ ପାପ ବଢ଼ି ଯାଇଛି

ନିଜ ଲୋକ ବି ଆଜି ଶତ୍ରୁ ହୋଇ ଯାଉଛି

ଖର ବଚନ ମଣିଷ କହୁଛି ବେଶୀ

ଦୋଷ କରି ମଣିଷ ହୁଏ ନିର୍ଦ୍ଦୋଷ

ଆଖି ଥାଇ ମଣିଷ ଭଲ ମନ୍ଦ ନ ଜାଣୁଛି

କେତେ ଅତ୍ୟାଚାର କରି ଅନ୍ୟକୁ କଷ୍ଟ ଦେଉଛି

କେତେ ନିରୀହଙ୍କୁ ମଣିଷ ଯାତନା ଦେଉଛି

ନିଜ ପିତା ମାତାଙ୍କୁ ବି ପର କରି ଦେଉଛି

ପର ନିନ୍ଦା କରି ପରକୁ କଷ୍ଟ ଦେଉଛି

ଅନ୍ୟର କ୍ଷତି କରି ନିଜେ ସୁଖ ପାଉଛି

ମଣିଷ ମଣିଷକୁ ହତ୍ୟା ବି କରୁଛି

ଦେବତା ମନ୍ଦିରରେ ପଶି ସବୁ ଲୁଟି ନେଉଛି

ଆଜିର ମଣିଷ ନିଜ ସ୍ୱାର୍ଥ ପାଇଁ ସବୁ କରୁଛି

ମଣିଷ ହୋଇ ନିଜ ବିବେକ ହରାଇ ଦେଉଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational