Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ଲୋକହସା

ଲୋକହସା

1 min
205



ଲୋକହସା କାମ କରିବ କାହିଁକି

ଲୋକେ ତ ନିଶ୍ଚେ ହସିବେ ।

ଲୋକହସା ହେଲେ ଲାଗିବ କି ଭଲ

ଏ କଥାଟିକି ଭାବିବେ ।୧।

ଲୋକଙ୍କ ପାଟିରେ ବାଡ ବତା ନାହିଁ

ସଜ ମାଛରେ ସେ ପୋକ ।

ପକାଇ ଥାଆନ୍ତି ଥୋକେ ଆଉ ଥୋକେ

ଲାଗନ୍ତି ଯେସନେ ଯୋକ ।୨।

ଭଲ କାମ ଲୋକେ ଦେଖିଲେ କାହାର

କେହି ପ୍ରଶଂସା କରନ୍ତି ।

ଆଉ କିଛି ଲୋକ ନୀରବ ରହନ୍ତି

କେବେ କିଛି ନ କହନ୍ତି ।୩।

ଗୋଡ ଟାଣିବାଟା କିଛି ଲୋକଙ୍କର

ଅଭ୍ୟାସ ହୋଇଛି ଏବେ ।

ଭଲ କଥା କାମ ନ କରିବେ ସିଏ

ଅନ୍ୟର ଗୋଡ ଟାଣିବେ ।୪।

ନିଜେ ପଛେ ସିଏ ଲୋକହସା ହେବେ

ତହିଁକି ଖାତିରି ନାହିଁ ।

ଅନ୍ୟକୁ ସେ ଲୋକହସା କରାଇବେ

ସେଥିକି ଟାକନ୍ତି ରହି ।୫।

ଦୁର୍ଜନ ଚରିତ୍ର ହୁଅଇ ଏପରି

ମାଛି ପରି ତାଙ୍କ କାମ ।

ସୁଜନ ଭାବନ୍ତି ଲୋକହସା ହେଲେ

ସତେ ନେଲା ତାଙ୍କୁ ଯମ ।୬।

ମରଣଠୁ ଦୁଃଖ ଅଧିକ ହୁଅଇ

ଲୋକହସା ଯଦି ହେଲା ।

ମରିଲେ ଲୋକର ସରିଗଲା ଦୁଃଖ

ବଞ୍ଚି କଲବଲ ହେଲା ।୭।

ଯିଏ ଯାହା ନୁହେଁ ତାହା ହେବା ପାଇଁ

ଅନ୍ୟକୁ ନକଲ କଲେ ।

ଲୋକହସା ହୁଏ ନିଶ୍ଚିତ ଭାବରେ

ସନ୍ଦେହ ନାହିଁଟି ତିଳେ ।୮।

ଯେତିକି ମିଳିଛି ପ୍ରଭୁଙ୍କ କୃପାରେ

ସନ୍ତୋଷ ଲଭ ସେଥିରେ।

ଲୋକହସା କେବେ ନ ହୋଇବ ତୁମେ

ରହିଥିବ ଆନନ୍ଦରେ ।୯।


Rate this content
Log in

Similar oriya poem from Inspirational