Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisha Bhanja

Inspirational

3  

Monalisha Bhanja

Inspirational

ଗୁରୁ

ଗୁରୁ

1 min
213


ଶିଷ୍ଟାଚାର କ୍ଷମା ଓ

କର୍ତ୍ତବ୍ୟବୋଧର ସଂହିତା 

ଶିକ୍ଷକ ଅଟନ୍ତି ଜାଣ

ଦ୍ୱିତୀୟ ପିତାମାତା ।


ଗୁରୁ ଓ ଈଶ୍ୱର ମଧ୍ୟେ

ଅଟନ୍ତି କିଏ ଶ୍ରେଷ୍ଠ ?

ଈଶ୍ୱର ଏକ ବିଶ୍ୱାସ-----

ଯାହାକୁ ଗୁରୁ ବନାନ୍ତି ବଳିଷ୍ଠ ।


ସେ ଏକ ଆଲୋକର ଶିଖା

ଅଜ୍ଞାନ ଅନ୍ଧାର ଦୂର କରି

ଆଲୋକ ଦିଅନ୍ତି ଭରି

ବନାଇ ପାରନ୍ତି ସ୍ୱୟଂ 

ଏକ ଏକ ଆଲୋକବର୍ତ୍ତିକା ।


ଚିନ୍ତା ନାହିଁ ପଡିଗଲେ

ଜୀବନର ଖାଲ ଢିପେ 

ତୋଳିଧରି ଉଠାନ୍ତି ଆଗକୁ

ଭରସାର ହସ୍ତ ରହେ

ଶିଷ୍ୟର ସମୀପେ । 


ଗୁରୁଶିଷ୍ୟ ମହାର୍ ଘ୍ୟ ପରଂପରା 

କେଉଁ ଆଦିମ କାଳର 

ତାଙ୍କ ପ୍ରେରଣା ଅମନ୍ଦ ମନ୍ଦ ମନ୍ଦାକିନୀ

ଜୀବନରେ ଝରେ---

କରେ ମଞ୍ଜୁଳ ମନୋଜ୍ଞ

ଓ ମନୋମୁଗ୍ଧକର। 



Rate this content
Log in

Similar oriya poem from Inspirational