STORYMIRROR

Monalisha Bhanja

Inspirational

3  

Monalisha Bhanja

Inspirational

ଗୁରୁ ହିଁ ତ୍ରିଦେବ

ଗୁରୁ ହିଁ ତ୍ରିଦେବ

1 min
211

ଗୁ --------- ଗୁଣାତିତ 

ରୁ ---------- ରୂପାତିତ 

ସିଏ ଅଟକି ନଥାନ୍ତି

ବାହ୍ୟ ଆଚାରେ ଓ 

ବାହ୍ୟ ସୌନ୍ଦର୍ଯ୍ୟରେ 

ଅନ୍ତର୍ମନ ଆଲୋକିତ

ଜୀବନ ପୁଷ୍ପିତ

ତାଙ୍କରି କୃପାରେ । 


ସାରା ପୃଥୀକୁ ଦେଖାଏ

ସୂର୍ଯ୍ୟଙ୍କ ଆଲୋକ 

ସାରା ଅବଗୁଣ ହରି 

ଅନ୍ତରକୁ ତୋଫା କରି 

ଗୁରୁ ଦେଖାଅନ୍ତି 

ପରମ ଦିବ୍ୟଲୋକ! 


ପାଦେ ପାଦେ ଉଠିବାକୁ 

ପରିବର୍ତ୍ତିତ ଲୋଡା ଶିକ୍ଷା ଗୁରୁ 

ଜୀବନର ଠିକ୍ ଅର୍ଥ 

ବୁଝାଇ ପାରିବା ବ୍ୟକ୍ତି 

ଅଟନ୍ତି ପରମ ଗୁରୁ । 


ସମାଜେ ଭେଦ ବୈଷମ୍ୟ ଅନେକ

ଭୀଡ-ଭାଡ ଠେଲା-ପେଲା ରେ 

ଏଇ ବାଦେ-ଅନୁବାଦେ ସେ ନଥାନ୍ତି

ତହିଁରୁ ସେ ବହୁ ଉର୍ଦ୍ଧ୍ୱରେ ।


ଜୀବନୁ କାଳିମା ଦୂରୀଭୂତ କରି

ଖାଦହୀନ ଶୁଦ୍ଧ ସୁବର୍ଣ୍ଣ ପରି

ବ୍ରହ୍ମାଙ୍କ ପରି କରନ୍ତି ତିଆରି 

ବିଷ୍ଣୁଙ୍କ ପରି କରନ୍ତି ପାଳନ

ପୃଷ୍ଟ କରନ୍ତି ଦେଇ ସଦଗୁଣ 

ଧ୍ୱଂସର ଦେବ ଦେବ ମହେଶ୍ୱର 

ସର୍ବ ଅବଗୁଣ କରନ୍ତି ନିଧନ 

ଈଶ୍ୱରଙ୍କ ର ସେ ଅବିକଳ

ପରଂବ୍ରହ୍ମଙ୍କ ସାକ୍ଷାତ ମାଧ୍ୟମ

ବନନ୍ତି ସଂଯୋଗ ଦ୍ୱାର ----- 


ତେଣୁ ବୋଲୁ ପରା

ଗୁରୁ ଆମ ପାଇଁ 

ତ୍ରିଦେବ ସମ

ବ୍ରହ୍ମା- ବିଷ୍ଣୁ - ମହେଶ୍ୱର---!



এই বিষয়বস্তু রেট
প্রবেশ করুন

Similar oriya poem from Inspirational