STORYMIRROR

Monalisha Bhanja

Abstract Inspirational

3  

Monalisha Bhanja

Abstract Inspirational

ଏହା ମୋ ଭାରତରେ ହୁଏ

ଏହା ମୋ ଭାରତରେ ହୁଏ

2 mins
155


ମୋ ଭାରତ ସିଏ

ଯାହା ଅଧିବାସୀ 

ଓଠେ ଗଙ୍ଗା ବହେ 

ହାତେ ତ୍ରିରଙ୍ଗା ଉଡାଏ,

ବନ୍ଦେ, ମାତରଂ

ସତ୍ୟ- ସୁନ୍ଦରଂ ଆଉ

ବସୁନ୍ଧୈବ- କୁଟୁମ୍ବକମ୍

ଯଦି ଏକ ସଙ୍ଗେ ଖୋଜାଯାଏ;

ଏହା ମୋ ଭାରତେ ହିଁ ଥାଏ ।


ହିତୋପଦେଶ ଓ କର୍ମଯୋଗ ଧାରା 

   ସାରା ବିଶ୍ୱ କୁ ଶିଖାଏ, 

କିନ୍ତୁ ପର ଓ ଆପଣା ଭେଦଭାବ କଥା 

  ଶିଖି ପାରିଲାନି ସିଏ,

କର୍ମଣୈ ବାଧିକାରସ୍ତେ ର ଗାଥା 

  ତା ପାଣି ପବନ ଗାଏ ।  

ଏହା ମୋ ଭାରତେ ଦେଖାଯାଏ ।


ବିଭିନ୍ନତା ମଧ୍ୟେ ଏକତାର ସୂତ୍ରୀ 

ଧର୍ମ ନିର୍ବିଶେଷେ ଶାନ୍ତି ଓ ମୈତ୍ରୀ 

ବିଶ୍ଵେ ଅଦ୍ଵିତୀୟ,

ଅତୁଳନୀୟ ସେ

ସନାତନ ବାର୍ତ୍ତା ଦିଏ ।

ମୋ ଭାରତ ସିଏ, 

ଏହା ମୋ ଭାରତରେ ହୁଏ ।


ଭାରି ସରଳ ଭାରତୀୟ ପ୍ରାଣ

ପିଇଛି ବିଶ୍ଵାସଘାତକ ଗରଳ 

ସଂଘର୍ଷ ପ୍ରଚଣ୍ଡ ଅନଳେ ନିଜକୁ 

ଜାଳିପାରେ ଯଦି କିଏ,

ସଚ୍ଚା ଦେଶପ୍ରେମୀ ଟିଏ ।

ଏହା ମୋ ଭାରତେ ହୋଇଥାଏ ।


ଏଠି ବୀର ଜୱାନ କଥା କଣ କହିବି

ବିଯୁକ୍ତ ତପିତ ଉତ୍ତଙ୍ଗ ର ପୃଷ୍ଠେ 

ବିଜୟ ଧ୍ଵଜା ଉଡାଏ

ଆଉ ରେଗିସ୍ଥାନ ର ପ୍ରଚଣ୍ଡ ଉତ୍ତାପେ 

ହସି କର୍ତ୍ତବ୍ୟ ନିଭାଏ,

ମାନବତା ର ବହୁ ପାଦ ଉର୍ଦ୍ଧ୍ଵେ

ସଭିଙ୍କୁ ଆଲଙ୍ଗି ନିଏ ।

ଏହା ମୋ ଭାରତରେ ହୁଏ ।


ଫେରି ଚାହଁ ଥରେ 

ସେ ସ୍ୱର୍ଣ୍ଣିମ ଯୁଗକୁ

ରାମ, କୃଷ୍ଣ ଆଉ ଗୌତମ ବୁଦ୍ଧ ଙ୍କ 

ଅବତାର ସ୍ଥଳୀ ଇଏ

ଯହିଁ ପ୍ରଜା କଲ୍ୟାଣେ ରାଜପୁତ୍ର ଟିଏ

ସନ୍ୟାସ ବରିନିଏ,

ସତ୍ୟ ରକ୍ଷା ପାଇଁ ସିଂହାସନ ତ୍ୟାଗି

ରାଜସୁତ ଅରଣ୍ୟ କୁ ଯାଏ ।

ଏହା ମୋ ଭାରତରେ ହୁଏ ।


ପାଞ୍ଚ ପତି ଥିବା ଏକ ରମଣୀ କୁ 

ଦେବୀର ମର୍ଯ୍ୟାଦା ଦିଏ

କୁମାରୀ ମାତା ବନିଥିବା ନାରୀ 

ପଞ୍ଚ ସତୀ ସ୍ଥାନ ପାଏ,

ନାଶ ହୁଏ ଏଠି ଅନ୍ୟାୟ- ଅଧର୍ମ 

ଧର୍ମ ଅକ୍ଷର ରହେ ।

ଏହା ମୋ ଭାରତରେ ହୁଏ ।


ଖୋଲିଦେବା ଥରେ ଇତିହାସ ପୃଷ୍ଠା

କଳା, ସ୍ଥାପତ୍ୟ, ଶୌର୍ଯ୍ୟ, ବୌଦ୍ଧିକତା

ସାରା ବିଶ୍ୱ ନଜରରେ ସିଏ

ଏଠି ତେଇଶ ବର୍ଷୀୟ ସ୍ଵପ୍ନଦେଖା ମନ

ବନ୍ଦେ- ମାତରଂ ଗାଏ, 

କଣ ବୁଝିଥିଲା କୁନି କିଶୋର ଟା ?

ଦେଶପ୍ରୀତି ଆଉ ସ୍ଵାଭିମାନ ପାଇଁ  

ପଛପଟେ ନୁହଁ,

ପ୍ରାଣ ଥିବା ତକ ଶେଷ ଗୁଳିଟି ବି

ଛାତି ଦେଖାଇ ନିଏ,

ଏହା କେବଳ ମୋ ଭାରତରେ ହୁଏ ।


ଚାଲନା

ନଜର ବୁଲେଇବା ଆଜିର ସମୟକୁ ଟିକେ  

ସ୍ଵତନ୍ତ୍ର ଭାରତ ସ୍ଵାଧୀନ ହୋଇନି 

ଯାହା ଥିଲା ଅଛି, କିଛି ବଦଳିନି 

ଭାଷଣ ମାରନ୍ତି ଯିଏ,

ଥରେ ପଚାରୁଛି ତାଙ୍କୁ

ନଜର ପକାଅ ନର୍ଥ କୋରିଆ ରେ

କେମିତି ଜିଉଁଛି ମଣିଷ ସେଠାରେ 

ବୁଝିନେବ ସବୁ ବୁଝିନେବ ସବୁ

ଯାହା ଇଚ୍ଛା ତାହା କରିପାର ତୁମେ

ଯାହା ମନ, କରିପାର ପରିଧାନ 

ଏଠି ଝୁଣ୍ଟିଲେ ତାଳି, ସି ଏମ୍ ଙ୍କୁ ଗାଳି 

ମୁହଁ ଖୋଲି କିଛି କହିବା କ୍ଷମତା 

ସମ୍ବିଧାନ ଯାର ଦିଏ,

ମୋ ଭାରତ ସିଏ ।

ଏହା ମୋ ଭାରତରେ ହୁଏ ।


ନହେଲା ନାହିଁ ତମାମ ଜୀବନ

କିଛି ମୂହୁର୍ତ୍ତ ଲେଖିଦେବା ଚାଲ

ଏ ଦେଶ ର ନାମେ 

ସମର୍ପିବା ଏକ ସନ୍ଧ୍ୟା କି ସକାଳ 

ସୁମରିବା ଥରେ

“ବନ୍ଦେ- ମାତରଂ”

ହିନ୍ଦୁସ୍ଥାନ ସିନା ନାମକୁ ମାତ୍ର 

ପୂରା ମାନବ ଜାତିର ସିଏ,

ମୋ ଭାରତ ଇଏ ।

ଏହା ମୋ ଭାରତରେ ହୁଏ ।




  

     



     

  



Rate this content
Log in

Similar oriya poem from Abstract