STORYMIRROR

Monalisha Bhanja

Inspirational

3  

Monalisha Bhanja

Inspirational

ଗୁରୁ ତୁମ୍ଭେ ଗରୀୟାନ

ଗୁରୁ ତୁମ୍ଭେ ଗରୀୟାନ

1 min
157


ଏ ମାଟିର ଅଣୁ-ପରମାଣୁ 

ପାଣି ଓ ପବନ,

ଗାଏ ଗୁଣୁ ଗୁଣୁ ତାନ

ଯାହାଙ୍କ ହସ୍ତେ ଦେଶ

ହୁଅଇ ନିର୍ମିତ 

ପ୍ରାଣେ ପ୍ରାଣେ ସଞ୍ଚାର ମାନବତ୍ବ 

ପ୍ରଶାନ୍ତ, ଗମ୍ଭୀର ମୁଖେ ତାଙ୍କ 

ସଂସ୍କାର, ସଂସ୍କୃତି ଓ ସତ୍ୟ ।



ସଦାଚାରୀ ହୁଅ ବୋଲି ଦେଖାଅନ୍ତି ପଥ

ଉର୍ଦ୍ଧ୍ବମୁଖୀ କରାନ୍ତି ପ୍ରତି ଅନ୍ତର୍ମନ

ମର୍ତ୍ତ୍ୟ ରୁ ଅମୃତ

ଅସତ ରୁ ସତ୍ୟ

ଚିନ୍ତାରୁ ଚେତନା

ଭକ୍ତି ରୁ ଭାବନା

ଅନ୍ଧାରେ ଆଲୋକ ଭରି

ପ୍ରଚଣ୍ଡ ମାର୍ତ୍ତଣ୍ଡ ପରି 

ଜୀବନକୁ କର ବିମୋହିତ 

       କର ଆଲୋକିତ 

       କର ରୁଦ୍ଦିମନ୍ତ ।



ତୁମ୍ଭେ ଅଖିଳ, ନିରାକାର ଓ ଅନନ୍ତ 

ବିଦ୍ୟମାନ ଅତ୍ର, ତତ୍ର ଓ ସର୍ବତ୍ର 

ତୁମ୍ଭ କଲମର ନାଲିଗାର 

ଭଲ ମନ୍ଦେ ଗାଳି ବିନା

ହୋଇ ପାରିଥାନ୍ତି କି

ଅପଥୁ ବିରତ !



ବଶିଷ୍ଟ ଙ୍କ ପାଇଁ ରାମ 

ନରୁ ନାରାୟଣ,

ସନ୍ଦୀପନୀ ପାଇଁ ଶ୍ୟାମ

ହୋଇଲେ ବନ୍ଦନ

ଶିଶୁ ଧ୍ରୁବ, ପ୍ରହଲ୍ଲାଦ

ଈଶ୍ବର ପ୍ରାପ୍ତି କରାଇଲେ

ଶ୍ରୀଗୁରୁ ନାରଦ । 


ତୃତୀୟ ପାଣ୍ଡବ ମହୋଦୟ,

ଦ୍ରୋଣ ଙ୍କ ଭୂମିକା କଲା

ତାଙ୍କୁ ଅପରାଜୟ ।

ବିବେକାନନ୍ଦ ହେଲେ ବିଶ୍ବ ବନ୍ଦିତ

ରାମକୃଷ୍ଣ ଙ୍କୁ ଅନୁସରି 

ଅଦ୍ୟାପି ଚର୍ଚ୍ଚିତ । 


ସୂତ ପୁତ୍ର କର୍ଣ୍ଣ ହୋଇଲେ ମହିମ

କୃପାଦୃଷ୍ଟି ଢାଳିଥିଲେ 

ଗୁରୁ ପର୍ଶୁରାମ । 


ଆଶିଷ ବରଷିଲେ ଗୁରୁ ବୃହସ୍ପତି 

ବନିଲେ ଇନ୍ଦ୍ର ଦେବକୁଳର ନୃପତି । 


ପ୍ଲାଟୋ ଦାର୍ଶନିକ ଯେ ବିଶିଷ୍ଟ, 

ମାର୍ଗ ଦର୍ଶାଇଲେ ସକ୍ରେଟିସ । 


ସକ୍ରେଟିସ ଙ୍କ ପରି ବିରଳ ବ୍ୟକ୍ତିତ୍ୱ, 

ଅନୁଗାମୀ କରାଇଲା ଆରିଷ୍ଟଟଲଙ୍କ ତତ୍ତ୍ୱ ।



ଆମ୍ଭେ କି ବା ଛାର !

ଅବତରୀ ପୁରୁଷ ଙ୍କୁ

ପୁଷ୍ଟ କରିଥିଲା ଗୁରୁଙ୍କ ମହିମା 

ଗୁରୁ ଅଟନ୍ତି ପରା

ସାକ୍ଷାତ ଈଶ୍ବର----

ତାଙ୍କ ପାଦ ପଦ୍ମେ 

ଶତ କୋଟି ନମସ୍କାର । 


ଜ୍ଞାତେ ଅଜ୍ଞାତେ ଯେତେ 

ଯେତେ ଦୋଷ ତ୍ରୁଟି ମୋର---

ବିନତୀ ଜଣାଏ ମୁହିଁ 

ହେ ପୂଜ୍ୟ ପ୍ରତିମା!

ବାରେ କ୍ଷମା କର, ବାରେ କ୍ଷମା କର ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational