STORYMIRROR

Monalisha Bhanja

Abstract Classics

4  

Monalisha Bhanja

Abstract Classics

ଭାରତ ର ଗାଥା

ଭାରତ ର ଗାଥା

1 min
340

ଭାରତ ମାତାର ସନ୍ତାନ ଆମେ ରେ 

ଅଟୁ ଆମେ ଯୋଗ ଜନ୍ମା,

 ମହାନ ଆମର ପରମ୍ପରା ଅଟେ

ଗୁରୁ ମହେଶ୍ଵର, ବ୍ରହ୍ମା ।୧।


ଅର୍ଜୁନ, ଆରୁଣି ଭଳି ଶିଷ୍ୟ ଏଠି 

ଥିଲେ ପୁଣି ଏକଲବ୍ୟ,

ଗୁରୁ ଆମ ପିତା ଗୁରୁ ଆମ ମାତା 

ଗୁରୁ ହିଁ ଭବିତବ୍ୟ। ୨।


ପିତା ସତ୍ୟ ରଖି ସିଂହାସନ ତ୍ୟାଗି 

ବରିନେଲେ ବନବାସ,

ଶ୍ରବଣ କୁମାର ପିତାମାତା ସେବା

ଆଜି ବି ବିଞ୍ଚେ ସୁବାସ। ୩।


ଏକ ରୁ ଆରେକ ବଳି ମହାରଥୀ 

ଶୌର୍ଯ୍ୟ ଲେପିଛନ୍ତି ଏଠି,

ଭାରତ ବର୍ଷର ସନାତନ ଗାଥା 

ମିଳିବ କି ଆଉ କୋଉଠି ?୪। 


କେତେ ଦାର୍ଶନିକ, ମହାପୁରୁଷଙ୍କ 

ପବିତ୍ର ତତ୍ତ୍ୱ ର ଧ୍ୱନି, 

ବିଭିନ୍ନତା ମଧ୍ୟେ ଗୋଟିଏ ସୂତାରେ 

ଗୁନ୍ଥି ହୋଇଛନ୍ତି ପୁଣି ।୫।


ନିଆରା ଆମର ସଂସ୍କୃତି, ସଭ୍ୟତା 

ନିଆରା ଆମ ଚଳଣି,

ମହାନ୍ ହୃଦୟେ ବିଦେଶୀ ଅତିଥି ଙ୍କ 

ମନକୁ ପାରଇ କିଣି। ୬।


ଶ୍ୟାମ ସବୁଜିମା, ଅନନ୍ତ ସୁଷମା 

ନାହିଁ ତାର ପଟାନ୍ତର, 

ସାରା ସଂସାର ରେ ଆମ ଏ ମାଟି 

ସୌନ୍ଦର୍ଯ୍ୟର ଗନ୍ତାଘର ।୭।


ତ୍ୟାଗ-ବଳିଦାନ, ଶ୍ରମ ଓ ବିଶ୍ଵାସ

ଶାନ୍ତି, ମୈତ୍ରୀ, ପ୍ରଗତି ର,

ଦେଶର ଗୌରବ ପ୍ରତୀକ ଅଟେ ସେ

ତ୍ରିରଙ୍ଗା ଉଡେ ଫର ଫର ।୮।

 


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract