STORYMIRROR

Sagar Kumar Parida

Abstract Inspirational

4  

Sagar Kumar Parida

Abstract Inspirational

ଦରଦୀ ସବ୍ୟସାଚୀ

ଦରଦୀ ସବ୍ୟସାଚୀ

1 min
355

ସବ୍ୟସାଚୀ ତୁମେ ଉତ୍କଳ ମାଟିର

ଅଟ ଯୋଗ୍ୟତମ ସୁତ,

ତୁମ ସାଧନାର ପରଶ ମଣିରେ

ଉଡେ ଯାଦୁକରୀ ନେତ।।

କୋରାନା ବିକଳେ ମାନବ ସକଳେ

ଯେବେ ଶୁଭୁଥିଲା ତ୍ରାହି ତ୍ରାହି,

ଜୀବନକୁ ବାଜି ଲଗାଇ ତାହାଙ୍କୁ

ଆଣିଥିଲ ତୁମେ ଜନ୍ମଭୂଇଁ।।

ଓଡ଼ିଆ ଭାଷାର ବାସ୍ନାର ଆବେଶେ

ଚଳଚ୍ଚିତ୍ର ପରଦାରେ,

ଫୁଟାଇ ତୋଳିଲ ଉତ୍କଳର ତେଜ

ନିଜ କଳ କୁଶଳରେ।।

ପାଗଳ ପ୍ରେମୀରେ ସିନେମା ଜଗତେ

ଥାପିଥିଲ ତୁମେ ପାଦ,

ସେବେଠାରୁ ପାଦ ଆଗକୁ ଆଗକୁ

ବଢ଼ାଇଛ ମହାଭାଗ।।

ଫୁଟାଉଛ ହସ ଜନ ମାନସରେ

ଏ ମାଟିର ଯଶ ଗାନ,

ଜାତିର ଐଶ୍ଚର୍ଯ୍ୟ ଶୋଭା ବିଭାସାରେ

ଜନେ ମନେ ମୁହ୍ୟମାନ।।

ଧନ୍ୟ ପିତାମାତା ତୁମ ଜନ୍ମଦାତା

ଅମୃତର ଯାତ୍ରୀ ହୋଇ,

ଚଳନ୍ତି ଜୀବନ ଚଳମାନ ଶିରି

ବିଭୁକୃପା ଭିକ୍ଷା ନେଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract