STORYMIRROR

Jagannath Das

Inspirational

3  

Jagannath Das

Inspirational

ଶରତ ଋତୁର ତୁମେ

ଶରତ ଋତୁର ତୁମେ

1 min
135

ଶରତ ଋତୁ ର

ଆକାଶର ତାରା

ହୀରାର ମୁରୁଜ ନୁହେଁ


 ତୁମର ନୟନେ

ଭୁରୁ ଛଳ ଛଳ

ଉଛୁଳା ମୋ ମନ ମୋହେ....


ଧରଣୀର ଫୁଲ

ଅମୂଲର ମୂଲ

ସୁରଭିର ସୁର ନୁହେଁ


ଦୁଇ ଅଧର ର

ଲାଜ ଭିଜା ତୁମ

ରଙ୍ଗିଲା ସୁର ଗାଏ....


ଶୁନ୍ୟର ନୀଳିମା

ଶୋଭା ମନୋରମା

କୁଆଁର ସାଗର ନୁହେଁ


ମନ ଆକାଶର

ତୁମର ସ୍ୱପ୍ନର

ଆଲୋକ ଝଲକେ ଲୟେ....


ନାଚିଉଠେ ମୋର

ପୁରୁଷ ପ୍ରାଣର

ଅଜଣା ଅମିୟ ରଶେ


ଶତ ଶୁଷମାର

ଖୋଲି ଦିଅ ଦ୍ୱାର

ଅବାରିତ ପ୍ରେମ ବଶେ....


ମାନସେ ମୋହର

ମାନସ ମୋହିନୀ

ଚେଇଁ ଉଠେ ମନୋରଥ


ଉଡି ବୁଲିବାକୁ

ପ୍ରଜାପତି ପରି

ତୋ ପାଶେ ଲୋ ଅବିରତ....


ନୀଳ ଦରଶନା

ରୁପସୀ ଲୋ ତୁହି

ମୋହର ମନ ମୋହିତ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational