ଶରତ ଋତୁ
ଶରତ ଋତୁ
ଶରତ ଋତୁ ର
ପ୍ରଭାତ ତପନ
କନକ କିରଣ ଧରାରେ ପଡେ ।
ଶତ ଶିହରଣ
ମୃଦୁ ସମୀରଣ
ମାନସେଆନନ୍ଦ ଆକାଶେ ଉଡେ ।
ବିଜନ ପୁଲିନେ
ଗଗନ ଆଲୋକେ
ଅମଳ ସୁପାତି ସାଜିଣ ଉଠେ ।
ଏହି ଭୁ ଭାଗର
ଝରା ଶେଫାଳି ର
ସୌନ୍ଦର୍ଯ୍ୟରହାର ଫିଟିଣଲୋଟେଶ।
ବିହଙ୍ଗମ ମାନେ
ପ୍ରାଣ ଉଛୁଳାନ୍ତି
ସରସ ହରଷ ଧରା ରେ ମାତି ।
ଝରା ମାଳତୀ ର
ଫୁଲ ଡ଼ାଲା ଧରି
ଶରତ ଖେଳିବ ଦିମାସ ନିତି ।
ହସି ହସି ଦେଖ
ନୟନ ରେ ଭରି
ଶରତ ର ଶୋଭା କି ମନୋହର ।
ପିଇନେ ସକଳ
ସୁଷମାର ସୁଧା
ଶ୍ୱେତ କାଶବନ ଅଟେ ବିଚିତ୍ର ।
ଶତ ବିଭବ ର
ମୁକ୍ତ ଅଛି ଦ୍ୱାର
ଶତ ସୁଷମା ର ଖଣି ରେ ଭରି ।
ଲୁଠିନେ ସକଳ
ମଧୁ ପଳ ପଳ
ଶାରଦୀୟ ଏ ଭୁବନୁ ତାହାରି ।