STORYMIRROR

Kalandi pal

Inspirational

3  

Kalandi pal

Inspirational

ଏଇ ଆମ ଗଣତନ୍ତ୍ର

ଏଇ ଆମ ଗଣତନ୍ତ୍ର

1 min
113


ଗଣତନ୍ତ୍ର ଦେଶେ    ରାଜତନ୍ତ୍ର ହସେ

    ଆଇନ ଆଖିରେ ପଟି

ଅନ୍ୟାୟ ଅନୀତି    ସଭିଏଁ ଦେଖନ୍ତି

     ଖୋଲନ୍ତିନି କେହି ପାଟି

   ଯଦି,କିଏ କହେ ଏହା ଦେଖି 

କଳେ ବଳେ କଉଶଳେ ତା ପାଟିରେ

     ତାଲାଟେ ଦିଅନ୍ତି ଠୁକି।


ପିସି କାରବାର    ଦୁର୍ନୀତି ବେପାର

    କୁହନ୍ତି ନେତା ସଭାରେ

ପଣି ବିନା ଏଠି      ହୁଏନି କିଛିଟି

     ପାଦରୁ ଚପଲ ସରେ

    ବାବୁ,ପଣି ପାଇଗଲେ ଥରେ

କରୁ କି ନ କରୁ   ବାହାଦୂରୀ ମାରେ

     ସବୁ ଖେଳ ବାଁ ହାତରେ।


ମିଛ ଟାଉଟରି     ଯାହା ସହଚରୀ

    କହନ୍ତି ଭୁଆଁ ବୁଲେଇ

ଗୁଣ୍ଡା ବଦମାସୀ ଦେଖାଏ ଯେ ବେଶି 

     ତା କାମ ଅଟକେ ନାହିଁ

   ତାର,ଚାମଚା ଅଭାବ ନାହିଁ

ଟିକେ ସ୍ବାର୍ଥ ପାଇଁ   ଜଳାଞ୍ଜଳି ଦେଇ

     ନିଜ ଇଜ୍ଜତ ବିକଇ ।


ଏଠି ଧନବାନେ   କ୍ଷମତା ଆସନେ

     ନିର୍ଦ୍ଦୋନ୍ଦେ ବାଛନ୍ତି ଲୋକେ

ପୂଜନ୍ତି ତାହାଙ୍କୁ    ଠାକୁର ପରାଏ 

     ଇଜ୍ଜତ ନ ଥାଉ ଟିକେ

    ସିଏ,ତୁଳସୀ ପରାଏ ବାସେ

ଓଡ଼ଶ ଉଙ୍କୁଣି    ପରାଏ ସେ ଝୁଣି

     ଜନତାଙ୍କ ରକ୍ତ ଶୋଷେ।


ତେଲିଆ ମୁଣ୍ଡରେ  ତେଲ ଢଳା ହୁଏ

     ନୁଖୁରା ମୁଣ୍ଡକୁ ନାହିଁ

ଘର ଥିଲା ଲୋକ  ପାଉଛି ଆବାସ

     ନ ଥିଲା ରହିଛି ଚାହିଁ

    ତାର,ପାଇଖାନାଟେ ବି ନାହିଁ

ଫଲ୍ସ ବିଲ କରି ନେତା ନେଲେ ମାରି

     ଫାଇଲିଟା ମିଳୁ ନାହିଁ ।


ଚାକିରିଆଙ୍କର     ଦରମାର ହାର

    ତୁହାକୁ ତୁହା ଯେ ବଢ଼ା

ମେଡ଼ିକାଲ ସାଥେ  ଘର ଭଡ଼ା ମିଳେ

     ପେନସନ ପାଏ ବୁଢ଼ା

   କିଏ,ବୁଝୁଛି ଚାଷୀର ପୀଡା

ଜୀବନ ଯାକ ସେ  ଦେଶ ପାଇଁ ଖଟି

    ବୃଦ୍ଧ କାଳରେ ଅଲୋଡା ।


ଚିହ୍ନେ ନାହିଁ ରୋଗ   ଧନୀ କି ଗରିବ

    ସଭିଙ୍କୁ ମଣେ ସମାନ

ଦ୍ୱିତୀୟ ଦେବତା   ଡାକତର ନେତା

    ଶୋଷଣ କରନ୍ତି ଧନ

   ଏଠି,ଗରିବ ବିକଳ ମନ

ପାଶେ ଟଙ୍କା ନାହିଁ   ଚିକିତ୍ସା ପାଏନି

     ହରାଏ ରୋଗେ ସ୍ୱଜନ ।


କିଏ ଖାଏ ଏଠି     ପନିରି ରାବିଡି

    ପଲଉ ମାଉଁସ ଭାତ

କିଏ ତ ପାଏନା   ଚାଉଳ ଦି ମୁଠା

     ନିତି ଉପାସ ତା ପେଟ

    ଫଟା, କପାଳକୁ ନିନ୍ଦେ ସେତ

ଲଜ୍ଜ୍ୟା ନାହିଁ ମୁହେଁ   ଗଣତନ୍ତ୍ର କୁହେ

     ଏଇ ଆମ ଗଣତନ୍ତ୍ର ।



Rate this content
Log in

Similar oriya poem from Inspirational