STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଗୁରୁ ଶ୍ରେଷ୍ଠ ଜଗନ୍ନାଥ

ଗୁରୁ ଶ୍ରେଷ୍ଠ ଜଗନ୍ନାଥ

1 min
154

ଚନ୍ଦନ ସାଥୀ ତୁମ ତୁଳସୀ ପ୍ରୀତି

ମନେ ଭରିଦିଏ ଗୀତଗୋବିନ୍ଦ ପଂକ୍ତି

ଇତିହାସ କହେ ନୀଳମାଧବ ସ୍ମୃତି

ବିଶ୍ଵାବସୁ ଶବର ଭକ୍ତିର ସ୍ତୁତି

ଭାବ ବିନୋଦିଆ ଭାବେ ତୁମ ସମ୍ପୃକ୍ତି

ନହେଉ ଇତି ବାସୁ କସ୍ତୁରୀ ନିତି

ଦାସିଆ ବାଉରୀ ସାଲବେଗ ବନ୍ଧୁମହାନ୍ତି

ଭକ୍ତି ଭାବକୁ ନିକଟେ ପ୍ରଭୁ ଅଭାବେ ଦୁର୍ଗତି

ଦୁର୍ଗତର ସାହା ହୁଅ ନିବେଦନ ରଖି କୀର୍ତ୍ତି

ପତିତପାବନ ବାନା ଉଦୁଥାଉ ଏମିତି

ରାଧା ମୀରା ଲକ୍ଷ୍ମୀ ଚରଣ ସେବନ୍ତି

କୃପା କରୁଣା ବାରିଧି ଦିଅ ଚନ୍ଦନ ସାଥୀ

କର୍ପୂର ଝୁଣା ଅଗରୁବତୀରେ ଶ୍ରଦ୍ଧା ଥାଉ ନିତି

କିଏ କହେ କହ୍ନେଇ କାହ୍ନା ତୁମେ ଶ୍ରୀପତି

ଚନ୍ଦନଯାତ୍ରାରେ ନରେନ୍ଦ୍ର ଜଳରେ ତୁମ ଆସକ୍ତି

ଯାତନା ଅନେକ ଅଙ୍ଗେ ନିଭା କଥା କହି ଆଳତୀ

ଦର୍ଶନେ ତୁମରି ଭକ୍ତି ଓ ପ୍ରୀତି ସହ କର୍ପୂରବତୀ

ତୁମ ସହମତି ବିନା ଭକ୍ତ ବଞ୍ଚିବ କେମିତି

ସ୍ନେହ ଶ୍ରଦ୍ଧା ଆଶୀର୍ବାଦ ଥାଉ ଏମିତି

ଘର ଅଗଣା ବାସେ ଦୟଣା ତୁଳସୀ ଯେମିତି

ପାଖେ ପାଖେ ଅଛ ପ୍ରଭୁ ଭାବେ କହିବି କେମିତି

ଅଙ୍ଗେନିଭା କଥା ଲେଖେ କବିତା ଗୀତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational