STORYMIRROR

RUKEYA JABEEN

Inspirational

3  

RUKEYA JABEEN

Inspirational

ଗୁରୁ ସମ୍ପର୍କ

ଗୁରୁ ସମ୍ପର୍କ

1 min
148

ସାଧା କାଗଜଟିଏ ମୁଁ 

ତୁମ ହାତେ ଟେକି ହେଇଗଲି 

ଗଢ଼ିବାକୁ କିଛି ଆକୃତି 

ତୁମ ପେନସିଲରେ ଲେଖିଯିବାକୁ 

ନିଜ ଉପରେ କିଛି କିର୍ତ୍ତୀ ଓ କୃତୀ।


ଅଜ୍ଞାନ ମୁଁ ଜ୍ଞାନର ସନ୍ଧାନେ 

ଶରଣ ଗଲି ତୁମ ବିଦ୍ୟା ମନ୍ଦିରେ 

ଦୁନିଆର ଛନ୍ଦ କପଟ ଭରା 

ଅନ୍ଧାର ରାସ୍ତାରେ ଶିକ୍ଷା ର ଜ୍ୟୋତି ନେଇ 

ନିର୍ଭୀକ ପହଞ୍ଚି ଯିବାକୁ ନୂତନ ପାହାନ୍ତିରେ।


ତୁମେ ମୋ ଗୁରୁ ମୋ ଜୀବନ ଦର୍ଶନ 

ତୁମ ସାଥେ ସମ୍ପର୍କ 'ଅ' ରୁ ଆରମ୍ଭ ସତ 

ଚାଲେ କିନ୍ତୁ ଆଜୀବନ ରୂପ ନେଇ 

ଶବ୍ଦ ବାକ୍ୟ ପ୍ରେରଣା ପ୍ରୋତ୍ସାହନର 

ଅବିଚ୍ଛିନ୍ନ ଅନ୍ତରଙ୍ଗ ସାଥି ସର୍ବେ ତୁମ ମତ।


ପୂଜ୍ୟ ପୂଜିତ ସମ୍ମାନିତ ତୁମେ 

ସର୍ବଦା ସର୍ବତ୍ର ହେ ଜ୍ଞାନଦାତା 

ରକ୍ତର ସମ୍ପର୍କ ନାହିଁ ତୁମ ସାଥେ 

ହେଲେ ସବୁ ସମ୍ପର୍କଠୁ ଉର୍ଦ୍ଧ୍ୱରେ ଏ ସମ୍ପର୍କ 

ନିଆରା ଢଙ୍ଗରେ ଗଢିଛି ଯାହାକୁ ନିୟତିର ନିର୍ମାତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational