STORYMIRROR

RUKEYA JABEEN

Others Children

3  

RUKEYA JABEEN

Others Children

ଭୟ

ଭୟ

1 min
237

ଅଜଣା ଚେହେରା ଦେଖିଦେଲେ ଲାଗୁଥିଲା ଭାରି ଭୟ,

ମା'ର କୋଳେ ଥାଇ କରୁଥିଲି ସଭିଙ୍କୁ ଅଥୟ,

ଦେଉଥିଲା ସିଏ ଅପରିଚିତଙ୍କୁ କରାଇ ପରିଚୟ,

ମନର ଶଙ୍କା ଦୁର କରି ବିଶ୍ୱାସର ସୂର୍ଯ୍ୟ ହେଉଥିଲା ଉଦୟ।


ଲାଗୁଥିଲା ଭାରି ଭୟ ଏକା ଏକା ଚାଲିବାକୁ,

ଛୁଆ ବେଳେ ନିଜ ଗୋଡ଼ରେ ସଳଖି ଠିଆ ହେବାକୁ,

ବାପାଙ୍କ ହାତ ଧରି ଯେବେ ଲାଗିଲି ଭୟ ଫିଙ୍ଗିବାକୁ,

ଦୌଡ଼ିବା ହେଲା ସହଜ ପଡିଲାନି ଆଉ ଭାବିବାକୁ।


ଗଲି ଯେବେ ବିଦ୍ୟାଳୟ ପ୍ରଥମ କରି ସାଙ୍ଗ ସହ,

ପାରୁ ନ ଥିଲି ଭୁଲି ପିତା ମାତାଙ୍କର ମମତା ସ୍ନେହ,

ଭୟ ଥିଲା ମନେ ଭରି, ଅନ୍ତରାତ୍ମାରୁ ଉଠୁଥିଲା କୋହ,

ଗୁରୁଜୀ ଯୋଗାଇଲେ ସାହସ ଡରକୁ ଦେଲି ଚିର ଦାହ।


ଭୟ ବୋଲି ଇଏ ଛୋଟିଆ ଶବଦ ଟିଏ,

ଶବ୍ଦ ନୁହେଁ ଖାଲି ପ୍ରତିବନ୍ଧକ ଯିଏ,

ନିଷ୍ଫଳତାର ଶିକୁଳିରେ ଜୀବନକୁ ବାନ୍ଧି ସେ ଦିଏ,

ସବଳକୁ ଦୁର୍ବଳ କରି ସାଫଲ୍ୟ ଛଡ଼ାଇ ନିଏ ।


କିନ୍ତୁ ମୃଦଙ୍ଗ ବଜାଏ ଯେବେ ନିର୍ଭିକତାର ମେଘ ମଳୟ,

ଉନ୍ମୁକ୍ତ ଆକାଶ ଦିଏ ଖୋଲି ନିର୍ମଳ ହୃଦୟ,

ଜହ୍ନ ତାରା ମେଳେ ସପନକୁ କରିବାକୁ ଜୟ,

ପାଦ ବଢିଚାଲେ ଆପେ ଆଗକୁ ପଛରେ ପକାଇ ସବୁତକ ଭୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍