Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUKEYA JABEEN

Others

3  

RUKEYA JABEEN

Others

ବିବାହ

ବିବାହ

1 min
123


ଦୁଇଟି ଚିହ୍ନା ଅଚିହ୍ନା ହୃଦୟ, ପ୍ରାଣ ତଥା ଶରୀରର,

ଅନ୍ତର୍ମିଳନକୁ ପବିତ୍ରତାର ସହ ସ୍ବୀକୃତି ପ୍ରଦାନ କରୁଥିବା,

ଈଶ୍ୱରଙ୍କ ନିର୍ଦ୍ଦେଶିତ ସାମାଜିକ ବନ୍ଧନ ଟିଏ ବିବାହ,

ବାନ୍ଧି ଦିଏ ଦୁଇ ଭିନ୍ନ ପରିବାରକୁ ଓ ପରମ୍ପରାକୁ ।


ଯୌବନ ଆଗମନେ ଚଞ୍ଚଳ ଚପଳ ଇସ୍ତୁକ ବନେ ,

ଭାବାବେଗର ସମ୍ପ୍ରସାରଣ ଘଟେ ନେତ୍ର ଆକର୍ଷଣେ,

ଅସ୍ଥିର ମନ ସନ୍ଧାନ ଯାଏ ସ୍ଥିରତା ର ଗନ୍ତାଘର,

ଲକ୍ଷ ସ୍ଥଳ ହୁଏ ଝଲମଲ ରୋଷଣୀ ବାଦ୍ୟର ନୃତ୍ୟ ବାଣେ ।


ଭାରାକ୍ରାନ୍ତ ପିତୃ ସ୍କନ୍ଧ ହାଲୁକା ହୁଏ କନ୍ୟା ଭାର ଦାନେ,

ସ୍ନେହ ସଂସ୍କାରର ପୁଟୁଳି ନେଇ ବିଦାୟ ପାଏ ପରିଜନେ,

ସ୍ମୃତିରେ ସାଇତି ଜୀବନର ଅର୍ଦ୍ଧେକ ମନମତାଣିଆ ପଣ,

ପର ଅଗଣାରେ ଆପଣାର ଫୁଲ ହୁଏ ବାକି ଜୀବନେ ।


ଆଦର ଦେଇ ଆଦର ପାଇବା ସହଜ ନ ହୁଅଇ ଯେବେ ,

ବିବାହ ଶବ୍ଦଟି ଅସ୍ତିତ୍ବ ହରାଇ ନାମକୁ ମାତ୍ର ରହିଯାଏ ତେବେ,

ମା'ର କୋଳ ବାପାଙ୍କ ଛାଉଣୀ ଲାଗେ ଭାରି ପର,

ଦୁହିତା ର ଦୁଇ କୂଳ ବନ୍ଧ ଭାଙ୍ଗି ସ୍ରୋତରେ ମିଶିଯାଏ ତେବେ।



Rate this content
Log in