RUKEYA JABEEN

Children

4.5  

RUKEYA JABEEN

Children

ବରଷା ଆସିଛି ବର୍ଷା ନେଇ

ବରଷା ଆସିଛି ବର୍ଷା ନେଇ

1 min
32


ବରଷା ଆସିଛି ବର୍ଷା ନେଇ,

ତୁହାକୁ ତୁହା ବାରିଦ ଖସେ ।


ବାଦଲ ଯାଉଛି ବେଗେ ବେଗେ ଧାଇଁ ,

ବିଜୁଳି ବ୍ୟାକୁଳ ଆସିବାକୁ ଧରଣୀ ପାଶେ ।


ବଣେ ଛାନିଆ ବାଘ ମାମୁଁ ଏଠି ,

ବଜ୍ରପାତର ଛନକା ମନେ ତା' ପଶେ ।


ବିଲୁଆ କହିଲା ଡରିବା କିଆଁ ଛାମୁ ,

ବନ ଆମ ସାଥି ଆମେ ପରା ତା'ର ଉଆସେ ।


ଭୟ ନ କରି ଆସ ଶିଖିବା,

ବଜ୍ରପାତକୁ କିଭଳି କିପରି ଏଡାଇ ପାରିବା ।


ବାଘ ବିଲୁଆ ମିଶି ସଭା ଡାକିଲେ,

ଜୀବଜନ୍ତୁ ଯେତେ ସବୁ ଏକାଠି ହେଲେ।


ବିଚାରିଲେ ସଭିଏଁ, ମତ ରଖିଲେ ଜଣ ଜଣ,

ତାଳ ଗଛଠୁ ଦୂରେ ରହିବାକୁ କରିଲେ ପଣ ।


ଖୋଲା ପଡ଼ିଆ ଦେଖି ନେଇ ପାରିବେ ଆଶ୍ରୟ,

ଗୁମ୍ଫା ଭିତରେ ଶୋଇବା ବରଂ ଆହୁରି ଶ୍ରେୟ ।


ଫେରୁଥିଲେ ସଦସ୍ୟ ଗଣ ସଭା ସରିଲା,

ବଗୁଲି ଛୁଆ ଜୋରକରି ରାବ ଛାଡିଲା।


ବୁଲି ଚାହିଁଲେ ପଶୁପକ୍ଷୀ ଯେତେ ମୁହଁକୁ ତା'ର,

କହିଲା ଶିଖିବ ବର୍ଷା , ବିଜୁଳି, ବଜ୍ରପାତର 'ବ' ଅକ୍ଷର ।


ବେଙ୍ଗୁଲି ଆସିଲା କେଁ କଟର କରି,

 ଧରିଥିଲା ହାତେ ଛତୁଟିଏକୁ ଛତା ପରି ।


ଝରିପଡିଲା ଉପରୁ ଜାମୁକୋଳି ମୁହଁକୁ ମାଡ଼ି,

ଭାଙ୍ଗିଲା ଛତୁର ଡେମ୍ଫ ରଖିଦେଲା ପାଖେ ତା ଯୋଡ଼ି।


ଛତୁର ଛତାକୁ ରଖିଲା ଜାମୁ ଉପରେ,

ଏଥର ବେଙ୍ଗୁଲି କହିଲା ଦେଖ ଲେଖିଛି ' ବ ' ଏଠାରେ।


ଉଡିଗଲା ବଗୁଲି ଛୁଆ ମନ ହରଷେ,

ବାହୁଡିଲେ ଯେ' ଝା ବାଟେ ହର୍ଷ ଉଲ୍ଲାସେ ।।


Rate this content
Log in

Similar oriya poem from Children