STORYMIRROR

RUKEYA JABEEN

Others Children

4  

RUKEYA JABEEN

Others Children

ଗ୍ରୀଷ୍ମ

ଗ୍ରୀଷ୍ମ

1 min
286

ବୈଶାଖ ଆସିଛି ତତଲା ପବନ ନେଇ,

ରୌଦ୍ରତାପ ସୀମା ପ୍ରସାରିଛି ଦବାକୁ ସବୁ ଜଳେଇ ।


କୁହୁଳୁଛି ବନ ହୁତାସ ଛାଡୁଛି କ୍ରୋଧାନ୍ୱିତ ମାଟି,

ପବନରେ ଖେଳୁଛି ଝାଞ୍ଜି, କର୍ମଠ ହୋଇଛି ଝିଟିପିଟି।


ଜ୍ୟେଷ୍ଠ କହୁଛି ଶ୍ରେଷ୍ଠ ହେବି ମୁହିଁ ସଭିଙ୍କୁ ଡରେଇ,

ଝାଳ ବୁହାଇବି ତୁହାକୁ ତୁହା ଚାଦର ନେବି ଛଡେଇ।


ଯାଇଛି ଶୁଖି କୂଅ ପୋଖରୀ ନଈ ନାଳ,

ଚତୁର୍ଦ୍ଦିଗେ ହାହାକାର ଅମୂଲ ମୂଲ ସାଜିଛି ଜଳ ।


ବିଲ ବଣ ପଡ଼ିଆ ଟାଙ୍ଗରା ଭୂଇଁର ରୂପ ଧରିଛି,

ଶୁଷ୍କ ବୃକ୍ଷଲତା ତୃଷାର୍ତ୍ତ ବଦନେ ପତ୍ରଝଡ଼ା ଦଉଛି।


ପ୍ରକୃତି କହୁଛି କାଟ ନାହିଁ ଗଛ ବଢ଼ିବ ତାତି,

ସୃଷ୍ଟି କର ନୂତନ ଜଙ୍ଗଲ ପାଇବ ତ୍ରାହି ମାନବ ଜାତି।


ବଢ଼ିବ ଅମ୍ଳଜାନର ପରିମାଣ ପରିବେଶ ହୋଇବ ନିର୍ମଳ,

ବର୍ଷା ଆସିବ ଆନନ୍ଦ ଚିତ୍ତେ ଉତ୍ତାପର ରହିବ ମୁହଁ ତଳ ।


ଲୋଡା ପଡ଼ିବନି ଆଉ କଳା ଛତା କଳା ଚଷମା,

ବାୟୁମଣ୍ଡଳରେ ଭରି ରହିବ ଆର୍ଦ୍ରତା ର ମହିମା।


ଗ୍ରୀଷ୍ମ ଲାଗିବ ତେବେ ଆହୁରି ସୁନ୍ଦର,

ମନ ମୋହିବ ରସ ଜାମୁ ପଣସ ଆମ୍ବର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍