STORYMIRROR

RUKEYA JABEEN

Others Children

4  

RUKEYA JABEEN

Others Children

ପିଲାଏ

ପିଲାଏ

1 min
263

ଶୁଣିବ ଗପ ପିଲାଏ ଆସ,

ଚୁପ୍ କରି ପାଟି ଏକାଠି ବସ,

ଲାଗିଲେ ଭଲ ମନଭରି ହସ,

ତୁମ ହସ ଏ ଜଗତେ ସବୁଠୁ ସରସ ।


ସିଲଟ ଖଡ଼ି ପିଲାଏ ଆଣ,

ପାଠ ପଢ଼ା ଆଗ ସଭିଏଁ ଜାଣ,

ବିଦ୍ୟା ବଳେ ଅର୍ଜିବ ଅକ୍ଷୟ ଜ୍ଞାନ,

ବଢ଼ିବ ଅବିରତ ମାନ ସମ୍ମାନ।


ଶୁଣ ପିଲାଏ ଆମ ଦେଶର କଥା,

ଭାରତ ମାଟିର ଗରିମା ଗାଥା,

ବୀରଙ୍କ ଭୂମି ଇଏ ଶୀର ଦେବାରେ ନ ଥାଏ ବ୍ୟଥା,

ବୀରାଙ୍ଗନା କହେ ଦର୍ପେ ଏହାକୁ ପବିତ୍ର ପ୍ରଥା ।


ଅଟ ତୁମେ କେଉଁ ଜାତିର କୁହ ପିଲାଏ,

ଖୋଜିଲେ ପାଇବ ଧର୍ମର ରଙ୍ଗ ଗୁଡ଼ାଏ,

ଭିନ୍ନତା ରେ ରହିଛି ତଥାପି ହୃଦୟ ଗୋଟିଏ,

ରଖିଛି ବାନ୍ଧି ତାହାକୁ ମୋହମାୟାର ସୁତା କେରାଏ ।


ମଣ ପିଲାଏ ନିଜକୁ ଏକ ସଚ୍ଚା ଭାରତୀୟ,

ଜାତି ଧର୍ମ ଲୋଡା ନାହିଁ ଏହାହିଁ ପ୍ରକୃତ ପରିଚୟ,

ଦେଶ ମାଟିର ସମୃଦ୍ଧି ରେ ପରା ଆମ ବିଜୟ,

ଦୁନିଆରେ ଖେଳିଯାଉ ଭାରତର ଜୟ ଜୟକାର ଜୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍