STORYMIRROR

RUKEYA JABEEN

Abstract Others

4  

RUKEYA JABEEN

Abstract Others

ଦାରିଦ୍ର୍ୟ

ଦାରିଦ୍ର୍ୟ

1 min
328

ମାଟି କାନ୍ଥରେ ଆନନ୍ଦର ମୁରୁଜ ଫୁଟାଇ,

ଅସଜଡା ଚାଳର ଛୋଟ ବଡ଼ ଛିଦ୍ର ଭିତର ଦେଇ,

ଜହ୍ନ ରାଇଜେ ଆଲୋକିତ ତାରା ମେଳେ,

ସ୍ବପ୍ନ ର ଘରଟିଏ ତୋଳିବାର ସତ୍ ସାହସ ଦାରିଦ୍ର୍ୟ।


ଚିରା କନ୍ଥା, ଫଟା ଲୁଗାରେ ତାଳି ପକାଇ,

ନୂତନ କରି ଗଢ଼ି ତୋଳିବାର କଳା ସିଖାଇ,

ଅବ୍ୟବହୃତ ଭଙ୍ଗୁରରୁ ଉପାଦେୟ ଟିଏ ବାହାର କରିବାର,

ରାହା ଦେଖାଉଥିବା ମଶାଲ ଟିଏ ଦାରିଦ୍ର୍ୟ।


ଅଳିଆଗଦାରେ ଫିଙ୍ଗା ଯାଇଥିବା ବଳକା ଖାଦ୍ୟକୁ,

ଅନ୍ନର ମର୍ଯ୍ୟାଦା ଦେଇ ଆତ୍ମସନ୍ତୋଷ ରେ ପେଟ ଭରି,

ରାସ୍ତା କଡ ଅନାବୃତ ଜଳରୁ ତୃଷ୍ଣା ମେଣ୍ଟୁଥିବା,

ସମାଜର ଆପାଚେୟ ସତ୍ୟଟିଏ ଦାରିଦ୍ର୍ୟ।


ଗୋଟିଏ ବାପାର ହାଡ଼ଭଙ୍ଗା ଅକ୍ଳାନ୍ତ ପରିଶ୍ରମ,

ମା'ର ଅର୍ଦ୍ଧ ପୂର୍ଣ୍ଣ ଉଦର , କବର ପ୍ରାୟ ସୌକ୍ ,

ଡିବି ଆଲୁଅ ରେ ସୂର୍ଯ୍ୟର ଦକ୍ଷତା ମାପି ପାରୁଥିବା,

ଅତୁଳନୀୟ ଉତ୍କଣ୍ଠାର ଅସମୟ ଅସ୍ତରାଗ ଦାରିଦ୍ର୍ୟ।


ଅଗଣିତ ସ୍ୱପ୍ନକୁ କେବେ ଅବେଳାରେ ବଳି ପକାଏ,

ପୁଣି ବଳିଦାନର ଉଦାହରଣ ସୃଷ୍ଟି କରି ଭାଗ୍ୟ ବଦଳାଏ ,

ଦୃଢ଼ ମନୋବଳ ର ମୂଳଦୁଆ ଜମାଇ,

ଦୁର୍ଭାଗ୍ୟକୁ ସୌଭାଗ୍ୟରେ ରୂପାନ୍ତର କରୁଥିବା ଅଲୌକିକ ଶକ୍ତି ସାଜେ ଦାରିଦ୍ର୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract