STORYMIRROR

RUKEYA JABEEN

Others Children

4  

RUKEYA JABEEN

Others Children

ଦୁର୍ଘଟଣା

ଦୁର୍ଘଟଣା

1 min
476

ରାସ୍ତା କହେ ମୋ ପ୍ରତି ଟିକେ ଦିଅ ରେ ଧ୍ୟାନ,

ଚାଲିବା ଆଗରୁ ନିତି ନିୟମର ରଖ ସମସ୍ତ ଜ୍ଞାନ,

ଖାଲି ଜାଣିଲେ ହବନି ତାକୁ ଭଲରେ ମାନ,

ନ ହେଲେ ବିପଦକୁ ଡ଼ାକି ଆଣିଲି ଜାଣ ।


ଦ୍ରୁତ ଗତି ଭାଇ ମହା ବିପତ୍ତି,

ଗାଡ଼ିକୁ ଗାଡି ଘସିଲେ ଥରିବ ଛାତି,

ଇଞ୍ଜିନ୍ ଖୋଳ ସବୁ ଯିବରେ ତାତି,

ଦୁର୍ଘଟଣାରୁ ବଞ୍ଚିବା ପାଇଁ ଗତିକୁ କର ଆପତ୍ତି।


ପାଦରେ ଯାଅ କି ଗାଡି ମଟରରେ ଯାଅ,

ବାମ ପଟ ଆଡ଼କୁ ଭଲରେ ଅନାଅ,

କଡ଼ରେ ଲାଗିଥିବା ସିଗନାଲ୍ ଉପରେ ନଜର ପକାଅ,

ସେହି ହିସାବରେ ବାହାନର ଗିଅର ଦବାଅ ।


ସଡ଼କ ଉପରେ ଟଣାଯାଇଛି କେତେ ଯେ ଗାର,

କାହାର ରୂପ ହଳଦିଆ ପୁଣି କିଏ ଧଳା ରଙ୍ଗର,

କେବେ ଲମ୍ବିଛି ସିଧା ସିଧା କେବେ ଅଧା ଅଧା ଦେହ ତା'ର,

ଦୁର୍ଘଟଣା ରୋକିବାକୁ ଏସବୁ ଉପାୟ ପାଞ୍ଚେ ସରକାର।


ଛୋଟ ହେଉ ବଡ଼ ଦୁର୍ଘଟଣା ଗୁଡିକ ଭାରି ଭୟଙ୍କର,

ପୁଅ ଠାରୁ ବାପାକୁ ନିଏ, ଶୂନ୍ୟ କରେ କୋଳ ମା'ର,

କ୍ଷଣିକର ଅସାବଧାନତା ଛାର ଖାର କରେ ସୁଖ ସଂସାର,

ନିଜକୁ ନିଜେ ଜଗି ହେଲେ ସରିଯିବ ଲୀଳା ତାହାର।


ଆସ ଆମେ ସଭିଏଁ ଆଜି ପଣ କରିବା,

ପ୍ରତିଟି ଯାତ୍ରା ଆଗରୁ ନିଜକୁ ସଜାଗ ସଚେତନ କରିବା,

ସଡ଼କ ନିରାପତ୍ତା ବ୍ୟବସ୍ଥା କୁ ଭଲରେ ମାନିବା,

ଦୁର୍ଘଟଣା ଭଳି ଶବଦ ଟିକୁ ଜୀବନରୁ ଦୁରେ ଫିଙ୍ଗିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍