STORYMIRROR

Amarnath Barick

Inspirational

3  

Amarnath Barick

Inspirational

ମୋ ଗୁରୁଜୀ

ମୋ ଗୁରୁଜୀ

1 min
147


ଧନ୍ୟ ହେ ଗୁରୁଜୀ ଧନ୍ୟ ମୋହର

    କରିଦେଲ ମତେ ତୁମେ ସାକ୍ଷର

ଜୀବନ ଥିଲା ମୋ ଅମା ଅନ୍ଧାର

    ଜନମିଲି ଯେବେ ଏହି ସଂସାର


ତାହା କରିଦେଲେ ଆପଣ ଦୂର

   ମାଡ଼  ଗାଳି ପୁଣି କେତେ ଧିକାର

ଶୁଣିଥିଲି ବୋଲି ପିଲା ଦିନର

    ହେଲି କବି ପୁଣି ମୁଁ ଗୀତିକାର


ତୁମେ ପିତା ମାତା ସବୁ ମୋହର

   ବ୍ରହ୍ମା  ବିଷ୍ଣୁଦେବ ଓ ମହେଶ୍ୱର

ହାତ ଯୋଡି କଲି ପ୍ରାର୍ଥନା ମୋର

   ତୁମ ଚରଣରେ କୋଟି ଜୁହାର


ନିତି ପୂଜୁଛି ମୁଁ ପ୍ରଭୁ ପୟର

    ଟେକ ରଖିବାକୁ ମୋ ଗୁରୁଙ୍କର

ଗୁରୁଜୀ ଦିଅ ହେ ଆଶିଷ ବର

    ଏ ମୂର୍ଖ ଛାତ୍ରକୁ ସୁଦୟା କର


ଏତିକି ମାଗୁଣି ତୁମ୍ଭ ପାର୍ଶ୍ୱର

    ଜୟ ହେଉ ସଦା ଧର୍ମ ନ୍ୟାୟର

କହିବାକୁ ନାହିଁ ଭାଷା ବିଭୋର

   ଆପଣ ତ ହେଲେ ଦୟା ସାଗର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational