STORYMIRROR

Amarnath Barick

Comedy

4  

Amarnath Barick

Comedy

ସେ କାଳ ପଖାଳ ଗଲାଣି

ସେ କାଳ ପଖାଳ ଗଲାଣି

1 min
0

ସେ କାଳ ପଖାଳ ଗଲାଣି

ଅମରନାଥ ବାରିକ୍


ସେ କାଳ ପଖାଳ ଗଲାଣି

ଗାଡ଼ିଆ ନଈ ଶୁଖିଲାଣି ।

କିଏ ଆଉ ମାଛ ଧରୁଛି

କିଣି ଖାଇଦେଲେ ସରୁଛି ।

ସୁଖିଲାରେ ମାଛ ଖାଇବେ

କାଦୁଅ ଛିଟା ନ ହୋଇବେ ।

ପାଣି କାଦୁଅରେ ଖେଳିବା 

ତୋଟା ଗହଳରେ ଲୁଚିବା ।

ଶିଆଳି ଲତାରେ ସେ ଝୁଲି

ନାହିଁ ପୁଣି ସେ ମାଟି ଚୂଲି ।

ରଜ ସଜବାଜ ଲିଭିଲା

ତାଆସ ବାଗୁଡ଼ି ହଜିଲା ।

ଛପର ଘରଟି ସପନ

ଗାଁଆ ଅନୁଭୂତି ଗୋପନ ।

ଖଟି ଖାଇ କାଟି ପିନ୍ଧୁଛି 

କିଏ ମାଟି ହାଣ୍ଡି ଗଢ଼ୁଛି ।

ଘରଣୀ ହେବ କି ରାନ୍ଧୁଣୀ

ସାଜିଲେ ସଭିଏଁ ମାଷ୍ଟ୍ରାଣୀ ।

ପାଟି ଟାକୁ ଟାକୁ କରୁଥା

ସରଗୁ ଗଳିବ ଚାହିଁଥା ।

ଭଲ ମନ୍ଦ କିଏ ବାଛୁଛି

ନିଜେ ଜ୍ଞାନୀ ବୋଲି ମଣୁଛି ।

ମହଙ୍ଗା ଯେମିତି ହେଲାଣି

ତେଲ ଲୁଣ ଗ୍ୟାସ୍ ମାଗୁଣି ।

ପେଟ୍ରୋଲର ଦର ବଢ଼ିଲା

ସାଇକେଲ ଖୋଜା ପଡ଼ିଲା ।


ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର

ଓଡ଼ିଶା, ପିନ୍ ନମ୍ବର - ୭୫୫୦୧୧

ଦୂରଭାଷା - ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)


Rate this content
Log in

Similar oriya poem from Comedy