STORYMIRROR

Amarnath Barick

Children

4  

Amarnath Barick

Children

ଗାଁ ଅନୁଭୂତି

ଗାଁ ଅନୁଭୂତି

1 min
1

ଗାଁ ଅନୁଭୂତି

ଅମରନାଥ ବାରିକ୍


ପୂରୁବରେ ବାବା ଆଖଣ୍ଡଳମଣି

ଜୟଚଣ୍ଡି ପଶ୍ଚିମରେ

ଉତ୍ତର ଦିଗରେ ମାଆ ବିମଳା ଲୋ

ହନୁମାନ ଦକ୍ଷିଣରେ  ।


ଗ୍ରାମର ଦେବତୀ ମାଆ ବଳୀ ବିଜେ 

ଶ୍ମଶାନ ଗ୍ରାମ ଶେଷରେ

ସ୍ୱୟଂ ଜଗନ୍ନାଥ ପୂଜା ପାଉଛନ୍ତି

ଏ ଗାଆଁ ମଧ୍ୟ ଭାଗରେ ।


କର୍ପୁର ସୁବାସ ମହମହ ବାସେ

ଗୀତା ମନ୍ତ୍ର ଆଳତିରେ

ହୁଳହୁଳି ଶଙ୍ଖ ଘଣ୍ଟଘଣ୍ଟା ବାଜେ

ସନ୍ଧ୍ୟାର ଆଗମନରେ ।


ଗ୍ରାମ ଠୁଁ ସହର ଅଙ୍କାବଙ୍କା ରାସ୍ତା

ଲମ୍ବି ଯାଇଅଛି ଦୂରେ

ଏ ଗାଆଁର ବଡ଼ ପର୍ବ ଦୋଳଯାତ୍ରା

ପିଠା ପଣା ଘରେଘରେ ।


ନାନା ଜାତି ଫୁଲ ବୃକ୍ଷରେ ମଣ୍ଡିତ

ଏହି ମୋ ଛୋଟ ଗାଆଁରେ

ପୁଣ୍ୟ ବୈତରଣୀ ଶୋଭା ପାଉଅଛି

କଇଁଆ ନଦୀ ନାମରେ ।


ସୌନ୍ଦର୍ଯ୍ୟର ରାଣୀ ମୋର ଏହି ଗାଆଁ

ଲାଗେ ସବୁଜ କ୍ଷେତରେ

ଖିଲିଖିଲି ହସେ ନବବଧୂ ପରି

ସୁନେଲି ସଜ ଖରାରେ ।


ମୋ ଗାଆଁର ଧୂଳି ମୋ ପାଇଁ ଚନ୍ଦନ 

ମୁଁ ଗଢ଼ା ତା' ପଣତରେ

ତା' ପାଣି ପବନ ଅଟେ ମୋ ଜୀବନ

ପଞ୍ଚଭୂତ ଏ ମାଟିରେ ।


ଏ ଗାଆଁର ପୁଅ ମୁଁ ଅମରନାଥ

ଲେଖେ କବିତା ଗାଥାରେ

ମୋ ଗାଆଁ ପାଇଁ ଏ ଛୋଟ ଅନୁଭୂତି

କଲମ ଛିଟା କାଳିରେ ।


ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର

ଓଡ଼ିଶା, ପିନ୍ ନମ୍ବର - ୭୫୫୦୧୧

ଦୂରଭାଷା - ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)


Rate this content
Log in

Similar oriya poem from Children