ସବୁ ତୁମରି ଦାନ
ସବୁ ତୁମରି ଦାନ
.
*ସବୁ ତୁମରି ଦାନ*
*ଅମରନାଥ ବାରିକ୍*
ଏ ମର୍ତ୍ତ୍ୟ ମଣ୍ଡଳେ ଯାହା ମୁଁ ଦେଖୁଛି
ସକଳ ସମ୍ପଦ ତୁମରି ଦାନ
ତୁମ ଆଦେଶରେ ଋତୁ ଆତଯାତ
ତୁମ ଇଙ୍ଗିତେ ହୁଏ ରାତି ଦିନ ।
ଫୁଲ ଫଳ ଲତା ସୁନ୍ଦର ଏ ଧରା
ତୁମରି ଭିଆଣ ହେ ନାରାୟଣ
ଯାହା ଆବଶ୍ଯକ ସବୁ ଖଞ୍ଜିଦେଲ
ପୁଲକରେ ଭରେ ଏ ମନ ପ୍ରାଣ ।
ପ୍ରାଣୀଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ବୀଜ
ଦୁର୍ଲ୍ଲଭ ମାନବ ଜାତିଟି ଜାଣ
ତନ୍ମଧ୍ୟରେ ମୋତେ ଗଢ଼ିଲ ହେ ପ୍ରଭୁ
ଦେଇ ସତ ରଜ ତମ ତ୍ରିଗୁଣ ।
ଲଭିଲି ସାର୍ଥକ ପିତା ନାମେ ପୁଣି
ସୁଝିବି କିପରି ତୁମରି ଋଣ
ଧନ୍ୟକଲ ମୋତେ ହେ ପରମପ୍ରଭୁ
ଧନ୍ୟ ଧନ୍ୟ ତୁମ ପ୍ରଭୁତ୍ଵ ପଣ ।
ଚୌରାଶି ନର୍କରୁ ମୁକ୍ତି ହେବା ପାଇଁ
ଯାଚିଲ କୋଳରେ କନ୍ୟା ସନ୍ତାନ
କନ୍ୟାଦାନ ସଦା ମହତ ସଂସାରେ
ଯୁଗେ ଯୁଗେ ରହିଅଛି ବିଧାନ ।
ମାଘ କୃଷ୍ଣପକ୍ଷ ଅମୃତ ବେଳାରେ
ଜନମ ନକ୍ଷତ୍ର ଦେବଗଣଟି
ତିଥି ପ୍ରତିପଦ ମିଥୁନ ରାଶିରେ
ପ୍ରାତଃ ନ ତିରିଶ ରବିବାରଟି ।
ଦକ୍ଷ ପ୍ରଜାପତି -ଙ୍କର ବହୁ କନ୍ୟା
ସେଥିରୁ ଅଦିତି ନାମଟି ଭିନ୍ନ
ଏ ନାମଟି ଯହିଁ ପୁରାଣୁ ଆନୀତ
ରଖିବାକୁ ତହିଁ ବଳିଛି ମନ ।
ପବିତ୍ରତା ଏହି ନାମରେ ରହିଛି
ତେଣୁ କନ୍ୟା ନାମ ଦେଲୁ ଅଦିତି
ଫେସନ ଯୁଗର ନାମ ପରିହରି
ଆପଣାଇ ଆଧ୍ୟାତ୍ମିକତା କତି ।
ଭଜୁଥିଲେ ରାମ କୃଷ୍ଣ ରାଧା ନାମ
ନରହିବ କେବେ ଶମନ ଭୟ
ହେ ପରମ ପିତା ଜଗତ ଈଶ୍ୱର
ଥାଉ ତୁମ ପାଦେ ମୋହରି ଲୟ ।
ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର
ଓଡ଼ିଶା, ପିନ୍ ନମ୍ବର - ୭୫୫୦୧୧
ଦୂରଭାଷା - ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)
