STORYMIRROR

Amarnath Barick

Children

3  

Amarnath Barick

Children

ମଣିଷ ଚିହ୍ନିବ କିପରି !

ମଣିଷ ଚିହ୍ନିବ କିପରି !

1 min
0

. ମଣିଷ ଚିହ୍ନିବ କିପରି !

        ଅମରନାଥ ବାରିକ୍


ଉଚ୍ଚାରଣ କହେ ମଣିଷ କିପରି

ଥିଲେ କି ନ ଥିଲେ ପାଠ ପଢି

ଆଚରଣ କହେ ଚରିତ୍ର କିପରି

ନୁହେଁ ପୋଷାକ କି ଜୋତା ଘଡି ।


ଉତ୍ତମ ସଂସ୍କାର ପରିଚୟ ଦିଏ

ନୁହେଁ ବଙ୍ଗଳା କି କୋଠା ବାଡି

ମଧୁର ବଚନ ସନ୍ତୁଷ୍ଟି କାରଣ

ଛାଡ଼ିଲେ କି ହେବ ବାଘ ରଡ଼ି ।


ଧନ ଥିଲେ କିବା ବୋଲାଇବ ଧନୀ

ସାହାଯ୍ୟ ସହାନୁଭୂତି ଛାଡ଼ି

ଗେରୁଆ ପିନ୍ଧିଲେ ସାଧୁ କି ହୋଇବ 

ନଥିଲେ ଚରିତ୍ରବତ୍ତା ଲୋଡ଼ି ।


ଜ୍ଞାନୀଗୁଣି ହେବୁ ସଂସାରେ ଜାଣିଥା

ପଢୁଥିଲେ ଗୀତା ଦୁଇ ଧାଡ଼ି

ହାତ ନୁହେଁ ଶୋଭା ସୁନା ରୂପା ପିନ୍ଧି 

ନଜାଣିଲେ ପୂଜାର୍ଚ୍ଚନା ବାଢ଼ି ।


ଜୀବନ ଜନମ ହୋଇବ ସାର୍ଥକ

ଭକ୍ତି ମାର୍ଗେ ଯାଉଥିଲେ ମାଡ଼ି

ଛନ୍ଦା ଚରଣରେ ଶରଣ ପଶିଲେ

ଆତ୍ମା ଯିବ ବୈକୁଣ୍ଠକୁ ଚଢ଼ି ।


ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର

ଓଡ଼ିଶା, ପିନ୍ ନମ୍ବର - ୭୫୫୦୧୧

ଦୂରଭାଷା - ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)


Rate this content
Log in

Similar oriya poem from Children