STORYMIRROR

Sachidananda Kar

Children

4  

Sachidananda Kar

Children

କଳାମାଣିକ

କଳାମାଣିକ

1 min
423

  

    ଖେଳିବୁ ଦୋଳି ଧନରେ ମୋର

        ଖେଳିଲେ ବଢେ ବଳ

    ହେଇ ଚାଲିଯା' ଉପରକୁ ତୁ

         ଚାଲିଆ' ପୁଣି ତଳ ।। 


    ତୋ ପାଶେ ଅଛି ମାଆ ମୁଁ ତୋର

        ଗୀତଟେ ଦେବି ଗାଇ

    ଖୁଆଇ ଦେବି ଆହାର ତୋର

        ଖୁସିରେ ଦେବୁ ଖାଇ ।। 


    କାଖେ ବସେଇ ନେବି ବୁଲେଇ

        ଦେବିରେ ଫୁଲ ତୋଳି

    ଖୁସିରେ ଆଗ ଖାଇଦେ' ଧନ

        ଝୁଲିଝୁଲିକା ଦୋଳି ।। 


    ଝୁଉଲୁ ହାତୀ ଝୁଲଣ ହାତୀ

        ବୁଲୁଥା' ଯାଇ ବନେ

    ବଳୁଆ ତୁହି ତୋ କଥା ସବୁ

        ଧନ ରଖିଛି ମନେ ।। 


    ଖାଇଲେ ଆଉ ଖେଳିଲେ ସିନା

        ଦେହରେ ବଢେ ବଳ

    ଉଡିଯା' ଦୋଳି ଯା' ଉଡିଯା'

        ଆ' ଖସି ଆ' ତଳ ।। 


    ବାପା ତୋହର ଭାରି ବଳୁଆ

        କୋକ ପଳାଏ ଡରି

    ବଡ ହେଲେ ତୁ ହେବୁ ସେପରି

        ଖାଇବୁ ସବୁ ଧରି ।। 


    କାଳୀ ଗାଈଟା ଦେଇଛି କ୍ଷୀର

        ପିଇବୁ ଦେବି ଆଣି

    ସର ଲବଣୀ ରଖିଛି ଦେବି

        ତୋହରି ମନ ଜାଣି ।। 


    ଖାଇବୁ ଆଉ ଖେଳିବୁ ଧନ

        ଦୋଳିରେ ବସି ବସି

    କଳାମାଣିକ ମାଆ ମୁଁ ତୋର

        ଦେ' ତୁ ଟିକେ ହସି ।। 


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children