STORYMIRROR

Kshitish Jena

Abstract Inspirational Children

4  

Kshitish Jena

Abstract Inspirational Children

ବିଘ୍ନ ବିନାଶକ

ବିଘ୍ନ ବିନାଶକ

1 min
325


ବିଘ୍ନ ବିନାଶକ ପ୍ରଭୁ ଗଜାନନ

ତୁମକୁ କୋଟି ପ୍ରଣାମ

ଆଶୀର୍ବାଦ କର ନିର୍ବିଘ୍ନରେ ହେଉ

ସଂସାର ସକାଳ କାମ ।

ବିବାହ ହେଉବା ବ୍ରତଘର ହେଉ

ଯଜ୍ଞ କର୍ମକାଣ୍ଡ ହେଉ

ସବୁ ଶୁଭ କର୍ମେ ତୁମକୁ ସୁମରି

ଶୁଭକାର୍ଯ୍ୟ କରିଥାଉ ।

ଭାଦ୍ରବ ମାସରେ ଶୁକ୍ଳପକ୍ଷରେ ହିଁ

ଚତୁର୍ଥୀ ତିଥିରେ ପ୍ରଭୁ

ତୁମେ ପ୍ରତିବର୍ଷ ଆବିର୍ଭାବ ହୁଅ

ଦେଖାଦିଅ ଭକତଙ୍କୁ ।

ତୁମକୁ ପୂଜିଲେ ବିଦ୍ୟା ବଢ଼ିଥାଏ

ବଢ଼ିଥାଏ ଯଶ କୀର୍ତ୍ତୀ

ତୁମକୁ ପୂଜନ୍ତି ପ୍ରଭୁ ପ୍ରତି ସ୍ଥାନେ

ରଖି ପ୍ରଭୁ ତୁମ ମୂର୍ତ୍ତୀ ।

ଗଣେଶଙ୍କ ପୂଜା ପଡ଼ିଲେ ପିଲାଏ

ହୋଇଥା'ନ୍ତି ଭାରି ଖୁସି

ବିଦ୍ୟାଳୟ ହତା ଗୃହକୁ ସଜେଇ

ପୂଜିଥା'ନ୍ତି ମିଳିମିଶି ।

ଲମ୍ବୋଦର ତୁମେ ଗଜାନନ ତୁମେ

ବକ୍ରତୁଣ୍ତ ତୁମେ ପୁଣି

ବହୁ କଥା ଶୁଣ କମ୍ କଥା କୁହ

ତେଣୁ ପ୍ରଭୁ ତୁମେ ଗୁଣୀ ।

ଗଣେଶ ପୂଜାରେ ପ୍ରଭୁ ତୁମ ପାଖେ

ଖାତା ଓ ବହି ରଖନ୍ତି

ପୁଷ୍ପାଞ୍ଜଳି ଦେଇ ମୁଣ୍ଡିଆ ମାରନ୍ତି

ପ୍ରସାଦ ଖାଇ ଫେରନ୍ତି ।

ମଦକୁ ପିଇବା ଡିଜେ ବଜାଇବା

ଛାଡ଼ ଏ କୁପରମ୍ପରା

ଗଣେଶ ପୂଜାକୁ ପାଳିବା ଭକ୍ତିରେ

କୋଣ ଅନୁକୋଣେ ପରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract