STORYMIRROR

DR SAMIR RANJAN BEHERA

Abstract Inspirational Children

4  

DR SAMIR RANJAN BEHERA

Abstract Inspirational Children

ଛୋଟ କୁ ହେୟ ନ କର

ଛୋଟ କୁ ହେୟ ନ କର

1 min
219

ପିମ୍ପୁଡି ଟି ସିନା ଅଟେ କ୍ଷୁଦ୍ର ଜୀବ

 ଭାରି ପରିଶ୍ରମୀ ସିଏ

ସବୁବେଳେ ସିଏ ଖାଦ୍ୟ ଖୋଜି ଥାଏ

 ଆଉ କିଛି ସଞ୍ଚି ଦିଏ ll


ମଶା ବି ଅଟଇ କେତେ କ୍ଷୁଦ୍ର ଜୀବ

 ଶାନ୍ତିରେ ସୋଏଇ ନଦିଏ 

ମ୍ୟାଲେରିଆ ଭଳି ମାରାମ୍ତକ ରୋଗ

 ବହନ ସେ କରିଥାଏ ll


ଛୋଟ ଜିଆ ଟି ଜମିରେ ବୁଲି

 ମାଟି ନରମ କରିଥାଏ

ସେ ଊର୍ବର ମାଟିରେ ଶସ୍ୟ ଶ୍ୟାମଳ

ଆହା କି ସୁନ୍ଦର ହୁଏ ll


ଛୋଟ ବାଇ ଚଢି ବନେଇ ଥାଏ

 ଆଶ୍ଚର୍ଯ୍ୟ ଜନକ ବସା

ସେ ବସା ଟିର ନିର୍ମାଣ ପ୍ରଣାଳୀ

 ମଣିଷ ବି ପାଏନି ପତ୍ତା ll


ଛୋଟ ମଧୁମକ୍ଷୀ କେତେ ଯେ ଚଞ୍ଚଳା

 କେତେ ଫୁଲ ଚୁମି ଥାଏ

ଏ ଫୁଲ ସେ ଫୁଲ ମଧୁ ସଂଗ୍ରହ କରି

ଅମୃତ ମହୁ ବନି ଥାଏ ll


ଛୋଟକୁ କେବେ ବି ହେୟ କର ନାହିଁ

   କେତେ ଶକ୍ତିର ଅପାର

ଛୋଟ କେତେ ବଡ କାମ କରିପାରେ

  ସବୁ ଛୋଟକୁ ସମ୍ମାନ କର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract