Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Rana

Children

4  

Prasanna Rana

Children

ଶୀତ ମାଉସୀ

ଶୀତ ମାଉସୀ

1 min
263


ଶୀତ ମାଉସୀ ଲୋ ଶୀତ ମାଉସୀ।

ଧନକୁ ମୋହର ଦେ' ଆଉଁସି ॥

ଆଉଁସି ଦେ' ତୁ ଧନକୁ ମୋର।

ଅଜାଡ଼ି ଦେ' ତୁ ଆଶିଷ ତୋର ॥

ନହେଲେ ଧନ ମୋ ଯାଉଛି ରୁଷି।

ଶୀତ ମାଉସୀ ଲୋ ଶୀତ ମାଉସୀ ॥

ସୋରିଷ ଫୁଲିଆ ହଳଦି ପାଟ।

ପାଚିଲା ଧାନର ସୁନା-ମୁକୁଟ ॥

ଗେଣ୍ଡୁ ଫୁଲେ ସାଜି ବଉଳ ବେଣୀ।

କୁହୁଡ଼ି ଓଢ଼ଣୀ ଦେଇଛୁ ଟାଣି ॥

ସାଙ୍ଗେ ଆଣିଛୁ କି କାକୁଡ଼ି କଷି ?

ଶୀତ ମାଉସୀ ଲୋ ଶୀତ ମାଉସୀ ॥

ଶିଶିର ବିନ୍ଦୁରେ ଧୋଇବି ପାଦ।

ଖାଇବାକୁ ଦେବି ଲକ୍ଷ୍ମୀ ପ୍ରସାଦ ॥

ପିଇବାକୁ ଦେବି ଆଖୁର ରସ।

ଗୁଡ଼, ଉଖୁଡ଼ାର ଛୁଟିବ ବାସ ॥

ଚାଖିବାକୁ ଦେବି ହୋଇବୁ ଖୁସି।

ଶୀତ ମାଉସୀ ଲୋ ଶୀତ ମାଉସୀ ॥

ରେଜେଇ, କମ୍ବଳ ଦେବି ଘୋଡ଼ାଇ।

ଶୋଇବୁ; ରାତିକୁ ଦେବି ବଢ଼ାଇ॥

ସୂରୁଜ ତେଜକୁ ଦେବି କମାଇ।

ଦେହସୁଖ ପାଇଁ ଦେବି ଉମ୍ହେଇ ॥

ନିଆଁ ଜାଳିଦେବି ପୁଇଁବୁ ବସି।

ଶୀତ ମାଉସୀ ଲୋ ଶୀତ ମାଉସୀ ॥

ସଜ ଫୁଲକୋବି, ତଟକା ଶାଗ।

ସବୁଜ ପରିବା ରଖେ ନୀରୋଗ ॥

ଆଣିବୁ ତୋ ସାଥେ ପରିବା ଝୁଡ଼ି।

ବିବାହ,ବରତେ ଦେବୁ ଅଜାଡ଼ି ॥

ବଣଭୋଜି ଯିବୁ ମୋ ସାଥେ ମିଶି।

ଶୀତ ମାଉସୀ ଲୋ ଶୀତ ମାଉସୀ ॥



Rate this content
Log in

Similar oriya poem from Children