ଯବାନ
ଯବାନ
ଗୋଟିଏ ଯବାନ ର ମୃତ୍ୟୁରେ
ଦେଶ ଏକ ଶହୀଦ କୁ ହରାଏ |
ହେଲେ ଗୋଟିଏ ପୁଅର ବିୟୋଗରେ
ଏକ ପୁରା ପରିବାର ଉଜୁଡିଯାଏ |
ମାଁ ତାର ମମତା ହରାଏ
ପତ୍ନୀ ତାର ସିନ୍ଦୁର ହରାଏ |
ଭାଇ ତାର ପାଠକୁ ହରାଏ
ବାପା ତାର ଚିକିତ୍ସା ହରାଏ |
ଭଉଣୀର ରାକ୍ଷୀ ଅପିନ୍ଧା ରହିଯାଏ
ଝିଅର ଚପଳାମି ମରିଯାଏ |
ଆମ ଦେଶ ତ ଗୋଟିଏ ସେନା ହରାଏ
ହେଲେ ପରିବାର ତାର ରୋଜିରୋଟି ହରାଏ |
ଯେବେ ଦେଶ ହୋଲି ଦିଓ୍ବାଲି ମନାଉଥାଏ
ସୀମାନ୍ତରେ ଯବାନ ଗୋଲିର ଜଖମ୍ ସହୁଥାଏ
ଆମେ କେବେ କେଉଁ ପର୍ବ ମନାଉଛୁ
ତାକୁ ତ କିଛି ଜଣା ନ ଥାଏ |
ସେ ତ ତାର ତତଲା ରକ୍ତରେ
ଆମପାଇଁ ସ୍ବାଧିନତାର ଦୀପ ଜାଳୁଥାଏ |
କେବେ କେଉଁ ଋତୁ ଚାଲିଛି ତାକୁ କଣ ଜଣା
ସେ ତ ଗରମର ତାଓ୍ବାରେ ସିଝୁଥାଏ
ବରଫରେ କୋଲ ମାରୁଥାଏ|
ତାକୁ ଆମେ କଣ ଦେଇ ପାରିବା
ସେମାନେ ତ ଜଣେ ଜଣେ ଦେବତା
ତାକୁ ଆମର କୋଟି କୋଟି ନମନ୍
କୋଟି କୋଟି ନମନ୍ |
