ଗଣେଶ ବନ୍ଦନା
ଗଣେଶ ବନ୍ଦନା


ଜୟ ଶ୍ରୀ ଗୌରୀ ନନ୍ଦନ
ନମସ୍ତେ ନମସ୍ତେ ପ୍ରଭୁ ଗିରିଜା ନନ୍ଦନ
କୃପାକର ବାରେ ମୋତେ ଆହେ ଗଜାନନ ll1
କି ସୁନ୍ଦର ଦିଶଇ ତୁମ୍ଭ ରୂପମଣ୍ଡନ
ମସ୍ତକେ ଶୋଭାପାଏ ସିନ୍ଦୂର ଚନ୍ଦନ ll2
ସକାଳ ସୂରୁଜ ପ୍ରାୟ ତୁମ୍ଭ ଗୌରବର୍ଣ୍ଣ
ସଦା ଭଜିଥାଅ ଲାଲ କୁସୁମ ଚନ୍ଦନ ll3
ଗଳାରେ ମୋତିମାଳା ଦିଶୁଥାଏ ଶୁଭନ
ବାହୁରେ ବନ୍ଧା ଖଚିତ ବାହୁଟି ରତନ ll4
ପରଶୁ ପାଶ ଅଙ୍କୁଶ ଧରିଅଛ ଯତନେ
ଅହଂଭାବ ନାଶକର ଆହେ ପ୍ରଭଞ୍ଜନ ll5
ଚିର ସାଥି ରିଦ୍ଧି ସିଦ୍ଧି କିଣି ନିଅନ୍ତି ମନ
କାମ କ୍ରୁଦ୍ଧ ଲୋଭ ମାଦ୍ୟ କର ପତନ ll6
ସତ୍ୟ ତ୍ରେତା ଦ୍ଵାପେ ଦ୍ୱୈତ କଲ ନାଶନ
ସର୍ବବାସ୍ତୁ ତୃଟି ହାର ଆହେ ଶ୍ଵପକର୍ଣ୍ଣ ll7
ଭୂତ ଭବିଷ୍ୟ ବର୍ତ୍ତମାନ କଥା କର ଗାନ
ନୃତ୍ୟେ ମୃଦଙ୍ଗ ଉଲ୍ଲାସେ କର ବାଦନ ll8
ସଦା ଅଗ୍ର ପୂଜିତ ଆହେ ଗଜବଦନ
ମୂଷିକ ବାହାନେ ବସି ବିଶ୍ୱକର ଭ୍ରମଣ ll9
ମୋଦକ ପ୍ରିୟ ପ୍ରଭୁ ସଦା କର ଭୋଜନ
ପୁଷ୍ପ ଫଳ ଦୁବ ମିଷ୍ଠାର ଅତି ପ୍ରଭାଜନ ll10
ମୟୂରେଶ୍ୱର ଜଣାନାହିଁ ତୁମ ଜଣାଣ
କିପରି ପୂଜିବି ଆହେ ମାନସ ସନ୍ତାନ ll11
ଯୋଡୁଛି କର ପ୍ରଭୁ ଆହେ ବିଘ୍ନ ନାଶନ
ସଂସାର ଦୁଃଖ ସଦା ତୁମ୍ଭେ କର ହରଣ ll12
ଅବୋଧ ବାଳକ ମୁହିଁ ଆହେ ଭଗବାନ
ଧନ ଜନ ଲୋଡ଼ୁ ନାହିଁ ବିଦ୍ୟା କର ପ୍ରଦାନ ll13
ବାରେ ମୋ ପ୍ରତି ଦୟା କର ହୋଇ ପ୍ରସନ୍ନ
ନିତ୍ୟ ତୁଣ୍ଡେ ଗାଉଥିବି ତୁମ୍ଭ ପ୍ରିୟ ଭଜନ ll14