STORYMIRROR

Kamakshya Prasad Samal

Children

3  

Kamakshya Prasad Samal

Children

ଗଣେଶ ବନ୍ଦନା

ଗଣେଶ ବନ୍ଦନା

1 min
55

ଜୟ ଶ୍ରୀ ଗୌରୀ ନନ୍ଦନ 

ନମସ୍ତେ ନମସ୍ତେ ପ୍ରଭୁ ଗିରିଜା ନନ୍ଦନ 

କୃପାକର ବାରେ ମୋତେ ଆହେ ଗଜାନନ ll1

କି ସୁନ୍ଦର ଦିଶଇ ତୁମ୍ଭ ରୂପମଣ୍ଡନ 

ମସ୍ତକେ ଶୋଭାପାଏ ସିନ୍ଦୂର ଚନ୍ଦନ ll2

ସକାଳ ସୂରୁଜ ପ୍ରାୟ ତୁମ୍ଭ ଗୌରବର୍ଣ୍ଣ 

ସଦା ଭଜିଥାଅ ଲାଲ କୁସୁମ ଚନ୍ଦନ ll3

ଗଳାରେ ମୋତିମାଳା ଦିଶୁଥାଏ ଶୁଭନ 

ବାହୁରେ ବନ୍ଧା ଖଚିତ ବାହୁଟି ରତନ ll4

ପରଶୁ ପାଶ ଅଙ୍କୁଶ ଧରିଅଛ ଯତନେ 

ଅହଂଭାବ ନାଶକର ଆହେ ପ୍ରଭଞ୍ଜନ ll5

ଚିର ସାଥି ରିଦ୍ଧି ସିଦ୍ଧି କିଣି ନିଅନ୍ତି ମନ 

କାମ କ୍ରୁଦ୍ଧ ଲୋଭ ମାଦ୍ୟ କର ପତନ ll6

ସତ୍ୟ ତ୍ରେତା ଦ୍ଵାପେ ଦ୍ୱୈତ କଲ ନାଶନ 

ସର୍ବବାସ୍ତୁ ତୃଟି ହାର ଆହେ ଶ୍ଵପକର୍ଣ୍ଣ ll7

ଭୂତ ଭବିଷ୍ୟ ବର୍ତ୍ତମାନ କଥା କର ଗାନ 

ନୃତ୍ୟେ ମୃଦଙ୍ଗ ଉଲ୍ଲାସେ କର ବାଦନ ll8

ସଦା ଅଗ୍ର ପୂଜିତ ଆହେ ଗଜବଦନ

ମୂଷିକ ବାହାନେ ବସି ବିଶ୍ୱକର ଭ୍ରମଣ ll9

ମୋଦକ ପ୍ରିୟ ପ୍ରଭୁ ସଦା କର ଭୋଜନ 

ପୁଷ୍ପ ଫଳ ଦୁବ ମିଷ୍ଠାର ଅତି ପ୍ରଭାଜନ ll10

 ମୟୂରେଶ୍ୱର ଜଣାନାହିଁ ତୁମ ଜଣାଣ 

 କିପରି ପୂଜିବି ଆହେ ମାନସ ସନ୍ତାନ ll11

ଯୋଡୁଛି କର ପ୍ରଭୁ ଆହେ ବିଘ୍ନ ନାଶନ 

ସଂସାର ଦୁଃଖ ସଦା ତୁମ୍ଭେ କର ହରଣ ll12

ଅବୋଧ ବାଳକ ମୁହିଁ ଆହେ ଭଗବାନ 

ଧନ ଜନ ଲୋଡ଼ୁ ନାହିଁ ବିଦ୍ୟା କର ପ୍ରଦାନ ll13

ବାରେ ମୋ ପ୍ରତି ଦୟା କର ହୋଇ ପ୍ରସନ୍ନ 

ନିତ୍ୟ ତୁଣ୍ଡେ ଗାଉଥିବି ତୁମ୍ଭ ପ୍ରିୟ ଭଜନ ll14

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children