ମହାଦ୍ରୁମ କୃଷକ
ମହାଦ୍ରୁମ କୃଷକ


କଙ୍କାଳ ମଣିଷ ମନେ ନାହିଁ ଗର୍ବ
ଧରାରେ ପ୍ରତିଟି ମୁହୂର୍ତ୍ତେ ଛିଡା
କିବା ବର୍ଷା କିବା ଗ୍ରୀଷ୍ମର ଅସହ୍ୟ ତାତି
ମନରେ ନଥାଏ ଟିକିଏ ଆଳସ୍ୟ
ସକାଳର ସୁନେଲି କିରଣ ସଦୃଶ
ସେ ନିରୀହ ଗାଉଁଲି ନିଆରା ମଣିଷ ll
ଦିଏ ନିତ୍ୟ ତନମନ
ପ୍ରତିକ୍ଷଣ ମନେଥାଏ ସେବାପଣ
ବିଶ୍ୱେ ପରିଚିତ ମାଟିର ମଣିଷ
ପରହିତେ ଦିଏ ତେଜେ ଜୀବନ ll
ନିରୀହ ଜୀବଟାକୁ ସମସ୍ତେ ଅହଃର୍ନିଶି କରନ୍ତି ଦଂଶନ
ପ୍ରକୃତି ଅବା ନର କିବା ଗୁଞ୍ଜର କି ପାତି
ଦରଦୀ ଜୀବନେ ଚଞ୍ଚୁଘାତ ଯନ୍ତ୍ରଣା ସହେ ପ୍ରତିକ୍ଷଣ ll
ଅକାଳେ ବରଷା ତୁଟିଯାଏ ତାର ଭରସା
ସାଙ୍ଗକୁ ଅଚାନକ ନୀଳ ସାଗରୁ ମାଡିଆସେ ଘୋର ଗର୍ଜନେ ବତାସ
କ୍ଷଣକେ ସେ କରେ ହତାଶ, ହରିନିଏ ତାର ସର୍ବସ୍ୱ
ତଥାପି ଅଣ୍ଟା ଭିଡି ଛିଡା ll
ପାତି କିବା କାଳି ମୁଖାଧାରୀ ମର୍କଟ
ସଦା ହୁଏ ଉତୁପାତ, ବୀଜ ପତ୍ର ନହେଉଣୁ କରେ ସେ ନଷ୍ଟ
ବିଶାଳ ପାଦପେ କରେ ଦର୍ପ
ଅବିଚାରୀ ଭାଙ୍ଗିଦିଏ ସର୍ବସ୍ବ ତାର ସହସ୍ର ସତ ସ୍ୱପ୍ନ ll
ବାଚାଳ ଗୁଞ୍ଜର ବନ ତାର ଘର
ନାଶେ ସଭିଙ୍କ ସକଳ ଆହାର
ଟିକେ ନଥାଏ ବିଚାର
କାହିଁ ଆସିବ ଉଦାରତା ତାର
ନିଷ୍କପଟ ଜୀବନ ନେଇଥାଏ କିମ୍ପା ll
ଡହରା ନିଷ୍ଠୁର ଟାଉଟର
ଆପଣାନ୍ତି ଶ୍ଵାନର ବିଚାର
ୠଣେ ପଡିଲେ ଢଳି କେବା
ହୁଅନ୍ତି ସାଥି ତାହାର
ଜଗତ ଜୀବନ ପେଇଁ ଗରଳ କରେ ଆହାର
ନଥାଏ ଅନ୍ୟ ପଥ ତାହାର
କେବଳ ଭରସା ନେଇଥାଏ ନିଜ ଭାଗ୍ୟର ll
ତଥାପି ମନେ ନଥାଏ ପରଆପଣା
ଲଢେଇ ଜନ୍ମରୁ ମୃତ୍ୟୁ
ସକାଳରୁ ସଞ୍ଜ, ଖରା ବର୍ଷା ଶୀତ
ନ ହୁଏ ସେ ହତାଶ ମଣିଷ
ସେ ମହାଦ୍ରୁମ କୃଷକ ll