STORYMIRROR

Kamakshya Prasad Samal

Children Stories

4  

Kamakshya Prasad Samal

Children Stories

ଗୁରୁ ବାପୁଜୀ

ଗୁରୁ ବାପୁଜୀ

1 min
214


ପ୍ରତିକ୍ଷଣେ ଶିକ୍ଷା    ଦିଅ ଆହେ ବାପୁ 

     ଆବାଲ୍ୟରୁ ବୃଦ୍ଧ ଯାଏଁ l

ପ୍ରତିଟି କର୍ମରେ       ରଚିଅଛ ଗାଥା 

     ସ୍ମୃତି ଅଭୁଲା ରୁହେ ll


 ହସ୍ତାକ୍ଷର ପେଇଁ      ରଖିଗଲା କଥା 

      ଚିରକାଳ ମନରହେ l

ଅକ୍ଷର ଲେଖିବା      ପୂର୍ବରୁ ଆଙ୍କିବା 

     ଉପଦେଶ ମନେରୁହେ ll


ଛୋଟ ପେନସିଲ      ଲାଗେ ଭାରି ଭଲ 

      ସଂଚିବା ଜାଗ୍ରତ ଆଣେ l

ନୂଆଁ ପେନସିଲ       ତ୍ୟାଗ କରିଥିଲ

     ଛୋଟକୁ ଆଣିବା ଯାଏଁ ll


ଛାତ୍ର ସମୟରେ       ସେବା କରିଥିଲ

     ଅସୁସ୍ଥ ପିତାର ତୁମେ l

ପିତାସେବା ଅଟେ       ମହତ ପଣଯେ 

    ଶିକ୍ଷାଦେଲ ପ୍ରତିକ୍ଷଣେ ll


ବିଦେଶୀ ବର୍ଜନ       ସ୍ବଦେଶୀ ଗ୍ରହଣ 

      ଶିଖାଇଲ ତମେ ଆଗ l

ସୂତାକଟା ସାଥେ      ଲବଣ ମାରିବା 

      ସ୍ୱଦେଶୀ ମନେ ଜାଗ୍ରତ ll


ଗ୍ରନ୍ଥ ମହାଗ୍ରନ୍ଥ        ସଂସ୍କୃତେ ରଚିତ 

        ପଢିବାକୁ କଲ ମନ l

ପର୍ସିଆନ ଛାଡି       ସଂସ୍କୃତ ଜାବୁଡି 

     ରଖିଲ ଭାଷାର ମାନ ll


ଗୀତା ଭାଗବତ       ରଖିଥାଅ ପାଶ 

      କରିବାକୁ ନିତ୍ୟ ଗାନ l

ବିବେଚିତ ହେଲ     ସୁଯୋଗ୍ୟ ସନ୍ତାନ 

      ଗାଇ ତୁମେ ରାମଧୂନ ll


ଯୋଗ ଶାରୀରିକ    ସାଥେ ପ୍ରାଣାୟାମ 

      ଶରୀର ରଖେ ଆରୋଗ୍ୟ l

ରଚିଅଛ ତୁମ୍ଭେ      ଆତ୍ମ ଜୀବନୀରେ 

       ସୁନ୍ଦର ଭାବେ ସମ୍ୟକ ll


ଅଣ୍ଟାରେ ସର୍ବଦା    ଝୁଲେ ଛୋଟଘଣ୍ଟା      

       ଦିଏ ଜଗତକୁ ଶିକ୍ଷା l

ପ୍ରତିଟି ମୁହୂର୍ତ୍ତ       ଅମୂଲମୂଲଯେ 

       ସମୟାନୁବର୍ତ୍ତି କଥା ll  


ବିଶ୍ୱରେ ମହାନ        ମାନବ ଜୀବନ 

     କିବା ଗୋରା କଳା ବର୍ଣ୍ଣ l

ଆଫ୍ରିକୀୟ ମନୁ       ଭେଦଭାବହରି 

       ହୋଇଗଲ ଲୋକମାନ୍ୟ ll


ସ୍ଵଧର୍ମିଣୀ କଥେ       ତ୍ୟଜିଲ ଲବଣ 

       ସୁସ୍ଥ ରଖିବାକୁ ତାଙ୍କୁ l

ପର ପାଇଁ ସଦା       ଅଲଣା ଭୁଞ୍ଜିଲ 

       ଯଶସ୍ୱୀ କାଳକାଳକୁ ll


ସତ୍ୟର ପଥିକ      ଅହିଂସାର ବ୍ରତେ 

       ଦେଇଥିଲ ସ୍ୱାଧୀନତା 

ଜଗତ ଶିଖିଲା       ମନ୍ତ୍ର ସେ ଅହିଂସା 

      ତା ସାଥେ ମାନବିକତା ll


ଭାରତମାତାର     ହେ ଯୋଗ୍ୟ ମହାତ୍ମା 

        ସାଉଁଟୁଛୁ ତୁମ୍ଭ ଦୀକ୍ଷା 

ଚିର ଦିନ ପାଇଁ       ଶିକ୍ଷା ଦେଲନାହିଁ 

       ଦେଲ ତୁମ୍ଭେ ମହାଶିକ୍ଷା ll


 ଶିଶୁ କବିତା 

ମୋ ଲେଖା ମୋ ଦୁନିଆ ନୀତିଶିକ୍ଷା ପରିବାର ଓ ଚାରି ଟେବୁଲ ଟ୍ରଷ୍ଟ ତରଫରୁ ଆୟୋଜିତ ଏକ ପଦି କବିତା ଆସର l

       ତା:-04/10/2020

      ଏହା ମୋ ନିଜସ୍ୱ ଲେଖା 




Rate this content
Log in