STORYMIRROR

Kishore Nayak

Children

3  

Kishore Nayak

Children

"ସୁନ୍ଦର ଶୈଶବ "

"ସୁନ୍ଦର ଶୈଶବ "

1 min
25


ଖିଲି ଖିଲି ହସ ଖନି ଖନି କଥା 

           ନାଲି ନାଲି ଓଠ ଧାରେ 

କଅଁଳ ଶିଶୁର ଚପଳ ଚାହାଣି 

           ଅନ୍ତରେ ମମତା ଭରେ ll


ଠୁକୁ ଠୁକୁ ଚାଲି ଅଝଟରେ ତା'ର 

          ଭରିଥାଏ କେତେ ଖୁସି 

ମନେ ଆଣି ଦିଏ ନୀରବତା ପୁଣି 

          ଟିକେ ଗଲେ ସିଏ ରୁଷି ll


ତା'ର ହାତ ଠାର ଦରୋଟି କଥାରେ 

           ସରଗ ପାଲଟେ ଘର 

ସ୍ନେହ, ପ୍ରେମ ଆଉ ଖୁସି ଆନନ୍ଦରେ 

          ହସି ଉଠେ ଏ ସଂସାର ll


ମାନ-ଅଭିମାନ ନଥାଏ ମନରେ 

           ନଥାଏ ବୁଝିବା ପଣ 

ନଥାଏ ଭାବନା ନଥାଏ ଶୋଚନା 

           ଥାଏ ଶିଖିବାର ଗୁଣ ll


ସରଳ, ନିର୍ମଳ, ନିଷ୍ପାପ ଶୈଶବ 

         ନଥାଏ ମନରେ ଲୋଭ 

ଖେଳ-କୁଦ ଆଉ ସ୍ନେହ ଆଦରରେ 

         ଚାଲିଯାଏ ସବୁ କ୍ଷୋଭ ll


ନିଜ ପରିବାର ପରିବେଶକୁ ସେ 

            କରଇ ଅନୁକରଣ 

ଜାଣିବାର ଇଚ୍ଛା ଅଜ୍ଞାନତା ନାଶି 

          କରେ ଜ୍ଞାନ ଜାଗରଣ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children