STORYMIRROR

Kishore Nayak

Abstract Classics

4  

Kishore Nayak

Abstract Classics

ପାର୍ଥକ୍ୟ:କାଲି ଆଉ ଆଜି ଭିତରେ

ପାର୍ଥକ୍ୟ:କାଲି ଆଉ ଆଜି ଭିତରେ

1 min
393


କାଲି ଥିଲା ଯାହା 

     ଆଜି ନାହିଁ ତାହା 

            ବଦଳି ଯାଇଛି କିଛି 

କାଲିର ଖୁସିଟା 

         ଆଜିପାଇଁ କାହିଁ 

            ଲୁହକୁ ନେଇଛି ବାଛି ll

କାଲିର ନିଃଶ୍ୱାସ

        ପ୍ରଶ୍ୱାସର ଦ୍ୱାର 

            ଆଜି କାହିଁ ହେଲା ରୁଦ୍ଧ 

ଏ କି ଥିଲା ତା'ର 

        ସମୟ ସାରଣୀ 

           ଭାବନାରେ ଆଣେ ଦ୍ଵନ୍ଦ ll

କାଲି ଥିଲା ଯେଉଁ 

        ଖୁସିର ସଂସାର 

           ଆଜି ଗଲା ଦୁଃଖେ ଭରି 

କାଲିର ସପନ 

       ସ୍ୱପ୍ନରେ ରହିଲା 

           ଆଶା ସବୁ ଗଲା ମରି ll

ଅଧା ରହିଗଲା 

       ଏ ଜୀବନ ବାଟ 

           ଆଉ କିଛି ଥିଲା ବାକି 

ଚାଲୁ ଚାଲୁ ଗଲା 

        ପ୍ରାଣ ଦୀପ ଲିଭି 

           କିଏ ନେଇଗଲା ଡାକି ll

ସରିଗଲା ସବୁ 

        ଖୁସିର ପୁଲକ 

           ଅଫେରା ଅତୀତ ହୋଇ 

ଆଉ କି ଫେରିବ  

        ସେ ମୁଖ ମଣ୍ଡଳ 

           ମମତାର ସ୍ନିଗ୍ଧ ଛାଇ ll

ଆଜି କାଲିର ଏ 

        ମଣିଷ ଜୀବନ 

           ନୁହଁଇ ଭରସା ଯୋଗ୍ୟ 

କେଉଁ ମୁହୂର୍ତ୍ତରେ 

        ହେବ ତା'ର ଅନ୍ତ 

           ଭରସା କେବଳ ଭାଗ୍ୟ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract