ବ୍ୟଥା ଭରା ଏ ଜୀବନ
ବ୍ୟଥା ଭରା ଏ ଜୀବନ
ବ୍ୟଥା ଭରା ଏ ଜୀବନ
ହସର ଲୁହର
ସୁଖ ଆଉ ଦୁଃଖ ସାଥେ
ଚାଲେ ନିରନ୍ତର l
କେବେ ଖରା କେବେ ଛାଇ
ଭଲ ଆଉ ମନ୍ଦ
କେବେ କେବେ ଜୀବନରେ
ଭରିଯାଏ ଦ୍ଵନ୍ଦ l
ନିତି ଚାଲେ ଏଠି ଖେଳ
ଛାଇ ଆଲୁଅର
କିଛି ସତ କିଛି ମିଛ
ଆଲୁଅ ଅନ୍ଧାର l
ଆଶା ତ ଅନେକ ଏଠି
ସ୍ବପ୍ନ ବି ଅନେକ
ରୋଗ ଶୋକ ଜରା ବ୍ୟାଧି
ଯାତନା ଅନେକ l
କେବେ କେବେ ଉଠେ ପୁଣି
କଥା ସାମର୍ଥ୍ୟର
ସାମର୍ଥ୍ୟ ନଥିଲେ ଏଠି
କେ' ନୁହେଁ କାହାର l
ନିଜ କର୍ମ ନିଜ ପାଇଁ
ବଇରୀ ସାଜଇ
ଅନୁତାପେ କେବେ କେବେ
ଉତ୍ତର ଖୋଜଇ l
ଅତୀତ ବି ଦିନେ ଏଠି
ହୋଇଯାଏ ପର
କାଲିକି ଅନ୍ତର ଏଠି
ଆଜିର ଖବର l