ଏଇଦେଶ-ଏଇମାଟି
ଏଇଦେଶ-ଏଇମାଟି


ଆମ ଦେଶରେ ସୁଖ-ସଂପଦ ସବୁ ରହିଛି ଭରି,
ଆମ ଦେଶର ସଂସ୍କୃତି ସହ କିଏ ବା ହେବ ସାରି ?
ଆମ ଦେଶର ମାଟିରୁ ସୁନା ହୀରା ମାଣିକ ମିଳେ,
ଫଳର ରାଜା ଆମ୍ବ ପଣସ ନଡ଼ିଆ ଫଳ ଫଳେ |
ଆମ ଦେଶର ପାଣି ପବନ ପଥର ପାଏ ପୂଜା,
ବୃକ୍ଷ ଦେବତା ଗାଈ ଗୋମାତା ବେଙ୍ଗକୁ କହୁ ରାଜା |
ଆମ ଦେଶର ନଦୀ ଜଳକୁ ଅମୃତ ବୋଲି କହୁ,
ଚନ୍ଦ୍ର ସୂର୍ଯ୍ୟଙ୍କୁ ଅଗ୍ନି ତାରାଙ୍କୁ ପିତା ସମ୍ମାନ ଦେଉ |
ଆମ ଦେଶରେ ଅନେକ ଜାତି ଅନେକ ଧର୍ମ ବର୍ଣ୍ଣ,
ତଥାପି ଆମେ ରହିଛୁ ମିଶି ଥାଉ ଭାଷାରେ ଭିନ୍ନ |
ଆମ ଦେଶର ବିଜ୍ଞାନୀ ଯାଇ କରନ୍ତି ଯେଉଁ କାମ,
ଦେଶ ବିଦେଶେ ତାଙ୍କରି କାମ ବଢ଼ାଏ ବିଶ୍ୱ ମାନ |
ଆମରି ଦେଶ ବିଶ୍ବର ଗୁରୁ ଶିଖାଇ ଦିଏ ମନ୍ତ୍ର,
ସତ୍ୟରେ ଯେ ଯୋଗରୁ ସୁସ୍ଥ ଅହିଂସା ଏକ ଅସ୍ତ୍ର |