STORYMIRROR

Kishore Nayak

Children

3  

Kishore Nayak

Children

"ଗୀତ ଗୀତୁଲି "

"ଗୀତ ଗୀତୁଲି "

1 min
35

ଶିଶୁ ଓ କିଶୋର ମାନଙ୍କ ପାଇଁ କବିତାଟିଏ 


ଗୁଲୁଗୁଲିଆ କୁକୁର ଛୁଆ 

ମା' ପାଖରେ ହୋଇଛି ଠିଆ

ଚାଳ ଉପରେ ଭୁଆଁ ବିଲେଇ 

ବସିଛି ଦେଖ ନିଶ ଫୁଲେଇ

ବତକ ଦଳେ ପୋଖରୀ କୂଳେ 

କରନ୍ତି କ୍ରୀଡା ପଶିଣ ଜଳେ

ବଉଳା ଗାଈର ଟିକି ବାଛୁରୀ 

ଗାଁ ଦାଣ୍ଡେ ଡିଏଁ ଚକ୍ ମା କରି ll

ବଉଳା ଯାଇଛି ବିଲକୁ ଚରି 

ଭୋକରେ ଚାହିଁଛି ତା' ଟିକି ବାଛୁରୀ ll

ହାଟରୁ ଫେରୁଛି ମନୁଆଁ ଦାଦା 

ହାତରେ ଧରି ସେ ଘର ସଉଦା ll

କଙ୍କି ଉଡୁଛନ୍ତି ଗାଁ ଦାଣ୍ଡରେ 

ପିଲାଏ ଗୋଡ଼ାନ୍ତି ତାଙ୍କ ପଛରେ ll

ଲୋକେ କରୁଛନ୍ତି କ୍ଷେତରେ କାମ 

ମାଗୁଣି ଯାଉଛି ଶ୍ରୀକ୍ଷେତ୍ର ଧାମ ll

ଗୀତ ଗୀତୁଲି ହୋଇଲା ଶେଷ 

କାଠିଆ ଅଜାର ଝାମ୍ପୁଲା ନିଶ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children