ଚକୁଳି ପିଠା
ଚକୁଳି ପିଠା
![](https://cdn.storymirror.com/static/1pximage.jpeg)
1 min
![](https://cdn.storymirror.com/static/1pximage.jpeg)
283
ଜହ୍ନ ପରି ଦିଶେ ଚକୁଳି ପିଠା,
ମିଶିଅଛି ବିରି ଚାଉଳ ବଟା।
ଜହ୍ନ ପରି ତୋଫା ଦିଶଇ ସିଏ,
ଖାଇବାକୁ ମନା କରେ ଯେ କିଏ?
ଚକୁଳି ପିଠା ଭାରି ସୁଆଦିଆ,
ଆମ ଘରେ ମାଆ କରେ ବଢିଆ ।
ନଡିଆ ଓ ଛେନା ମିଶାଇ ଦେଲେ,
ସ୍ବାଦ ଦ୍ବିଗୁଣିତ ହୁଅଇ ଭଲେ ।
ଓଡିଆଙ୍କ ଘରେ ହୁଏ ତିଆରି,
ସମସ୍ତେ ଖାଆନ୍ତି ଖୁସିରେ ଭାରି।
ଚକୁଳି ପିଠାର କେତେ ଯେ ନାଆଁ,
ଦୋସା,ଉତ୍ତପମ ଜାଣିଛ କିଆଁ ।