ଜାତୀୟ ପକ୍ଷୀ: ମୟୂର
ଜାତୀୟ ପକ୍ଷୀ: ମୟୂର


କଳାମେଘ ଦେଖି ନାଚେ ମୟୂର,
ନୀଳ ଆକାଶରୁ ଝରଇ ନୀର।
ମୟୂର ତରୁଲତା ମଧ୍ୟେ ଥାଇ,
ନୃତ୍ୟ କରଇ ଉଲ୍ଲସିତ ହୋଇ।
ସାପର ଅଟେ ସେ ବଡ ବଇରୀ,
ରାବ ଶୁଣି ସାପ ଯାଏ ସେ ଡରି।
>
ମୟୂର ଚନ୍ଦ୍ରିକା ଅତି ମନୋଲୋଭା,
କହ୍ନେଇ ମଥାରେ ପାଅଇ ଶୋଭା।
ଜାତୀୟ ବିହଙ୍ଗ ଅଟେ ମୟୂର ,
କଳରାବ କରେ ସେ ଉଚ୍ଚ ସ୍ବର।
କାର୍ତ୍ତିକ ବାହାନ ଅଟଇ ସିଏ,
ପକ୍ଷୀ ମଧ୍ୟେ ଶ୍ରେଷ୍ଠ ବୋଲାଇ ଥାଏ।