STORYMIRROR

Kishore Nayak

Children

4  

Kishore Nayak

Children

"ବାଇ ଚଢେଇରେ ବାଇ ଚଢେଇ "

"ବାଇ ଚଢେଇରେ ବାଇ ଚଢେଇ "

1 min
258

ଶିଶୁ ଓ କିଶୋରମାନଙ୍କ ପାଇଁ କବିତାଟିଏ 


ବାଇ ଚଢେଇରେ ବାଇ ଚଢେଇ 

ଉଡି ଯାଆ ତୁଇ ଡେଣା ବାଡେଇ ll

ଗଛ ଡାଳେ ଯାଇ ବାନ୍ଧିବୁ ବସା 

ଆସୁ ଯେତେ ଖରା ଆସୁ ବରଷା ll

ସୁଖରେ କାଟିବୁ ବସାରେ ଦିନ 

ଆକାଶେ ଦେଖିବୁ ପୁନେଇଁ ଜହ୍ନ ll

ବଣ ମୂଲକକୁ ଯାଆରେ ଉଡି 

ଭୋକରେ ତୋ' ପିଲା କଲେଣି ରଡି ll

ଖାଇବା ଆଣିବୁ ପିଲାଙ୍କ ପାଇଁ 

ଫେରିବୁ ତୁ ସଞ୍ଜ ଗଲେଟି ନଇଁ ll

ଖବର ଦେଇଛି ପିମ୍ପୁଡି ଭାଇ 

ତା' ଘରୁ ଆଣିବୁ ଖୁଦ ତୁ ଯାଇ ll

ଆମ କୁନା ଆଜି ରୁଷିଛି ବସି 

ତା' ପାଇଁ ଆଣିବୁ କାକୁଡି କଷି ll

କୁନାଟି ଆମର ଚଗଲା ଭାରି 

ସଅଳ ଆସିବୁ ନକରି ଡେରି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children