STORYMIRROR

Sarojini Jena

Children

3  

Sarojini Jena

Children

ହଜି ଯାଇଛି ମୋ ପିଲାଦିନ

ହଜି ଯାଇଛି ମୋ ପିଲାଦିନ

1 min
140

ମନେପଡେ ସେହି ଦିନ

କେତେ ଖୁସି ପିଲାଦିନ

ପୁଣି ଖୁସି ଥିଲା ବିଦ୍ୟାଳୟ ଜୀବନ

ସ୍ମୃତି ସବୁ ହେଲା ସାତ ସ୍ବପ୍ନ 

ପରଜାପତି ସମ ଏ ଫୁଲରୁ ସେ ଫୁଲକୁ

ଯେବେ ଯାଉଥିଲେ ସାଙ୍ଗ ସାଥୀମେଳେ,

ଭୁଲୁ ଥିଲେ ସବୁ ସଂସାର ଜଂଜାଳ

ଜଣାତ ନ ଥିଲା ଏତେ ଭିଡ

ଏତେ ଦୁଃଖ ସୁଖଜୀବନେ ଆସିବ

ଆଜି ସେ ବିଗତ ଦିନ ଭାବେ ବସି ମୋର ମନ

ଗାଁ ଚାଟଶାଳୀ,ଗୁଡ଼ି ଉଡ଼ା,ଆମ୍ବ ତୋଟାମାଳେ

ବୋହୁଚୋରି ଖେଳ ଶିଶିର ପୁଷ୍ପ ସଂଗ୍ରହେ

ବିଦ୍ୟାଳୟ କେତେ ସ୍ମୃତି ଆସିଦିଏ

ମନେ ବହୁ ବ୍ୟଥା

ପିତାମାତା ସ୍ନେହ ଭାଇ ଭଉଣୀଙ୍କ ମୋହ

ସବୁ ମନେପଡେ ଆଜି ଦିଏ ପୁଣି ଅନେକ ଯାତନା

ହଜିଗଲା ସେଇ ଦିନ

ଥିଲା ସିଏ ଫୁଲବନ

ଆଜି ସେ ହେଲା ପୁଣି ସ୍ମୃତିର ସଉଦା

ନିରବେ ଆଜି ମୁଁ ବସି,

ଭାବନା ରାଜ୍ୟରେ ଖୋଜୁଛି ମନେମନେ

ସେଇ ସ୍ମୃତି ଫୁଲବନ

ଯେଉଁ ଫୁଲ ବନେ ନ ଥିଲା ତ କଣ୍ଟା

ଜେଜେ ମା କୋଳ ମଧୁର ପରଶ

ମା' ହାତରନ୍ଧା,ପିତାଙ୍କ ତାଗିଦ

ହେଲା ବି ସପନ

ଦିନ ସରି ସରି ଯାଏ,

ସ୍ମୃତି ସବୁ ମନେ ରହେ

ସଜ ଫୁଲ ପରି ସ୍ମୃତି,

ଫୁଲ ବନେ ମହକୁଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children