ଉତ୍କଳର ମଣି
ଉତ୍କଳର ମଣି
ଦୁଃଖୀରଙ୍କିଙ୍କର ଥିଲ ତୁମେ ବନ୍ଧୁ
ନାମ ପରା ଗୋପବନ୍ଧୁ ,
ଝଡ଼ ବରଷାକୁ ଖାତିର ନକରି
ଲଂଘୁ ଥିଲ ସାତସିନ୍ଧୁ l
ଗରିବର ପ୍ରାଣ ଗରିବର ଧନ
ତୁମେ ପରା ଥିଲ,
ସୁଖକୁ ପଛରେ ପକାଇ ତୁମେ
ଦୁଃଖକୁ ଆପଣାଇଲ l
ପାଦେ ଚାଲିଚାଲି ଗରିବର ଦୁଃଖ
ଅନୁଭବ ତୁମେ କରୁଥିଲ,
ଏକମାତ୍ର ରୋଗୀଣା ପୁତ୍ରକୁ ସ୍ତ୍ରୀ କୋଳେ ଛାଡି
ଦୁନିଆକୁ ପରା ଦେଖୁଥିଲ l
ତୁମ ପରି ବ୍ୟକ୍ତିତ୍ୱ ଜନ୍ମ ଦେଇ
ଏ ଉତ୍କଳ ହୋଇଥିଲା ପରା ଧନ୍ୟ,
ଚିର ଦିନ ତୁମେ ହୃଦୟେ ରହିବ
ତୁମ ପାଦେ ମଥା କୋଟି ନମନ୍ୟ l
ସମାଜ ପତ୍ରିକା ତୁମ ସୃଷ୍ଟି ପୁଣି
ପ୍ରତିଦିନ ଉଇଁ ଥାଏ,
ତୁମ ବାର୍ତ୍ତା ପୁଣି ପତ୍ରିକା ସାମ୍ନାରେ
ନିତି ଶୋଭା ପାଉଥାଏ l
ଦରିଦ୍ର ହୃଦୟେ ତୁମେ ରାଜା ଥିଲ
ଭୁଲି କେହ
ି ନ ପାରିବେ,
ବସୁଧା କୋଳକୁ ସିନା ଚାଲିଗଲ
ତୁମ ଗୌରବ ଗାଥା ସଦା ଗାଇବେ l
ଓଡିଶା ମାଟିରେ ତୁମ ଘର ପରା
ଓଡିଶା ତୁମ ନିଜର,
ସଦା କାଳେ ଉତ୍କଳର ସନ୍ତାନ
ରହିଥିବ ତୁମେ ଚିର ଅମର l
ସତ୍ୟବାଦୀ ବନବିଦ୍ୟାଳୟ ତୁମ ଦାନ ପରା
କିଏ ସେ ପାରିବ ଭୁଲି,
ଭରିଥିଲ ସେଠି ସଂସ୍କାର, ସଂସ୍କୃତି
ଶିକ୍ଷାର ପସରା ମେଲି l
ଓଡିଶାର ଗାନ୍ଧୀ ତୁମେ ପରା ଥିଲ
ମହାତ୍ମାଙ୍କୁ ଅନୁସରି,
ସ୍ୱାଧୀନତା ସଂଗ୍ରାମେ ଝାସ ଦେଇପୁଣି
ଉତ୍କଳମଣି ସବୁରି l
ବନ୍ଦୀଶାଳେ ପୁଣି କବିତା ଲେଖି
ସଭିଙ୍କ ହୃଦୟ ଜିତିଥିଲ,
ସତରେ ତୁମେ ଉତ୍କଳର ମଣି
ଗୋପବନ୍ଧୁ ପରା ଥିଲ l
ରହିଛ ରହିବ ଜୀବିତ ହୋଇ
ଭାରତ ଭୂଇଁ ପାଇଁ,
ତୁମ ପାଦେ ମୋର କୋଟି ପ୍ରଣିପାତ
ମଥା ଯାଏ ଆମ ନଇଁ ।