ମୋ ଗାଁ ହସୁଛି
ମୋ ଗାଁ ହସୁଛି
ବାଇଶି ମୌଜା ଦ୍ବିପାଞ୍ଚଳେ ମଧ୍ୟେ
ଆମ ଗାଁ ବାସନ୍ଦରା,
ପିଲାଦିନ କଥା ମନେ ପଡିଗଲେ
ଲାଗଇ ସବୁ ନିଆରା ।
ଗାଁ ଚାରି ପାଖ ସବୁଜ ବଳୟ
କ୍ଷେତ ଜମି ହସୁଥାଏ,
ଗାଁ ଚଷା ପୁଅ କାନ୍ଧେ ହଳ ଧରି
କ୍ଷେତ କୁ ସେ ଚାଲିଯାଏ ।
ମନ୍ଦିର ପୋଖରୀ ଦୋକାନ ବଜାର
ଗାଁ ମଧ୍ୟେ ଶୋଭା ପାଏ,
ଗାଁ ରଙ୍ଗମଞ୍ଚ ପାଲା ମେଳା ମହୋତ୍ସବେ
ସଭିଙ୍କ ର ଭେଟ ହୁଏ ।
ଦଶହରା ଦୋଳ ପାଳନ ହୁଅଇ
ଗାଁ ଭାରି ହସୁଥାଏ,
ବିଦେଶରୁ ପୁଅ ଲେଉଟି ଆସନ୍ତି
ଗାଁ ମହମହ ବାସୁଥାଏ ।
ଗାଁ ଝିଅ ସବୁ ରଜ ସଜବାଜେ
ଦୋଳିରେ ସେ ଝୁଲୁଥାଏ,
ପୋଡ଼ ପିଠା ଖାଇ ଅଳତା ଲଗାଇ
ସଭିଙ୍କ ପରାଣ ମୋହେ ।
କୁମାର ପୂର୍ଣ୍ଣମୀ ଗଜ ଲକ୍ଷ୍ମୀ ପୂଜା
ପାଳନ ହୁଅଇ ଗାଁରେ,
ଅନ୍ଧାର ରାତିରେ ଲୁଚକାଳି ଖେଳ
ଭାରି ସେତ ମଜା ଦିଏରେ ।
କାର୍ତ୍ତିକ ମାସରେ ପଞ୍ଚୁକ ଆସିଲେ
ମା ଚଉରା ପୂଜଇ ବିଧିରେ,
ପୋଖରୀ ମୁଣ୍ଡରେ ଗାଁ ଝିଅ ମିଳି
ବାଲୁଙ୍କା ଗଢି ଥାଏରେ ।
ଗାଁ ପୁଅ ସବୁ ପୋଖରୀ ରେ ବୁଡି
କଇଁ ଫୁଲ ତୋଳି ଥାଏରେ,
କାର୍ତ୍ତିକ ପୂର୍ଣ୍ଣମୀ ନଈ ଘାଟେ ଯାଇ
ବୋଇତ ମେଲାଣି ଦିଏରେ ।
ପିଲାଦିନ ସବୁ ହେଲାତ ସପନ
ପୁରୁଣା ଦିନ ହଜିଲାରେ,
ସେଇ ଦିନ ସବୁ ମନରେ ଭାସୁଛି
ମନରେ ଭାଳେଣି ପଡ଼େରେ ।
ତଥାପି ମୋ ଗାଁ ହସୁଛି ହସିବ
ଧରି ହୃତ ପରମ୍ପରା ରେ,
ସବୁ ଗାଁ ଠାରୁ ନାଆଁ ଟା ତାର
ଲାଗଇ ନିଆରା ନିଆରାରେ l