STORYMIRROR

Sarojini Jena

Inspirational Others

3  

Sarojini Jena

Inspirational Others

କ୍ରିଷ୍ଣ

କ୍ରିଷ୍ଣ

1 min
207


କେଉଁ ଏକ ଅନନ୍ତ କାଳରୁ

ତୁମେ ବ୍ୟାପ୍ତ ପରିବ୍ୟାପ୍ତ ସର୍ବତ୍ର

ତୁମେ ସର୍ବ ଶକ୍ତିମାନ 

ତୁମେ କ୍ରିଷ୍ଣ ଯଶୋଦାର କାହ୍ନା

ନନ୍ଦର କହ୍ନେଇ....

ଆଜି ତୁମ ଶୁଭ ଜନ୍ମଦିନ,

ଗୋପପୁରେ ଆଜି

ଶୁଭ ସାହାନାଇ ବାଜୁଛି

ସତେ କି ତୁମେ ତୁମ ଆଲୋକ

ବର୍ତ୍ତିକା ଜଳାଇ ଆସିଛ......

ସାରା ଜଗତକୁ

ଆଲୋକମୟ କରିବା ପାଇଁ....

ତୁମେ ସୃଷ୍ଟି,ତୁମେ ବିଲୟ,

ତୁମରି ସ୍ରୋତରେ ଭାସି

ଏ ମାୟା ସଂସାରରୁ ମୁକ୍ତି

କାମନା କରୁଛି......

 ହେ କ୍ରିଷ୍ଣ,

ଅବତାରୀ ପୁରୁଷ ତୁମେ

ତୁମେ ବିଷ୍ଣୁ,ଚତୁଃର୍ଦ୍ଧାମୂରତି

ତୁମ ଅବୟବ,ତୁମ କାନ୍ତି ଦର୍ଶନେ 

ଏ ଚକ୍ଷୁ ପବିତ୍ର, ଏ ମନ ପବିତ୍ର....

ହେ କଳା କାହ୍ନୁ

ଆଜି ଅଷ୍ଟମୀ ତିଥିରେ

ଭାଦ୍ର କୃଷ୍ଣ ରୋହିଣୀ ନକ୍ଷତ୍ରେ

 ତୁମ ଜନ୍ମ.....

ତୁମେ ନିରାକାର, ଆକାର, ସାକାର ପରଂବ୍ରହ୍ମ 

ତୁମେ ଦୈପାୟନ,ତୁମେ ଆଦ୍ୟ ତୁମେ ଓଁ କାର

ବିଶାଳ ପୃଥିବୀ, ବିଶାଳ ଏ ବିଶ୍ୱ

ତୁମେ ବିଶ୍ୱ କାରିଗର.....

ଶାନ୍ତି ପ୍ରଦାନ କର ପ୍ରଭୁ

ସକଳ ଘଟରେ ବିରାଜ କରି

ତୁମ ଶକ୍ତି ସଂଚାର କରି

ଏ ପାପ ଭୂମିରୁ ପାପ ନାଶ କରି

ସୁଖ ପ୍ରଦାନ କର ପ୍ରଭୁ......

ତୁମେ କ୍ରିଷ୍ଣ ଜନମ ନେଇ

ଯାଅ ଆଉ ଥରେ

ଦେବକୀ ଜଠରେ...

 ଯଶୋଦା ମାତାର

ମମତାର ବନ୍ଧନରେ ବାନ୍ଧି ହୋଇ

ତୁମ ଲୀଳା ଖେଳା ଲଭୁ....

ଏ ଛାର ମଣିଷ, ଆତ୍ମା ଶାନ୍ତି, ହୃଦୟ ଶାନ୍ତି

କାହିଁକି କେଜାଣି ମନ ଆନମନା

ତୁମ ବିନା, ତୁମ ଚିନ୍ତା

ଅହରହ ଘାରୁଛି.....

ଏ ସଂସାର ମିଥ୍ୟାର ବଳୟ

ଆଉ ଏ ବନ୍ଧନ

ଭଲ ଲାଗୁ ନାହିଁ.....

ତୁମେ କୃଷ୍ଣ,ତୁମେ ଅନନ୍ତ,

ସର୍ବ ବ୍ୟାପ୍ତ ଅନ୍ତର୍ଯ୍ୟାମୀ,

ପ୍ରତି ହୃଦୟ କଣିକାରେ ତୁମେ ଅଛ....

 ଆନ୍ଦୋଳିତ ମନକୁ ପ୍ରଶମିତ କର ପ୍ରଭୁ l

ଆଜି ଏ ଶୁଭ ଜନ୍ମ ତିଥିରେ

 ତୁମରି ଆଶିଷ କାମନା କରେ l

ଏ ସଂସାର ଭବ ସଂସାରରୁ ମୁକ୍ତି ମିଳୁ l

ତୁମ ବୈକୁଣ୍ଠ ପ୍ରାପତ ନହେଲେ ନାହିଁ l

ତୁମ କୃପା କଣିକା ଟିକିଏ ସଦା ବରଷି ଯାଉ l

କୋଟି କୋଟି ପ୍ରଣାମ ପ୍ରଭୁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational