STORYMIRROR

BANANIBALA NAIK

Inspirational Others

4  

BANANIBALA NAIK

Inspirational Others

କର୍ମ କରି ଫଳ ଖାଏ

କର୍ମ କରି ଫଳ ଖାଏ

1 min
244


କର୍ମ ଉପରେ ମୋ ଅଖଣ୍ଡ ବିଶ୍ୱାସ

ଖାଣ୍ଟି ଚାଷୀ ପୁଅ ମୁହିଁ,

ମାଟି ଚକଟିଲେ ହସେ ସୁନା ଶସ୍ୟ

କାମକୁ ମୁଁ ଡରେ ନାହିଁ ।।

ଖରା ବର୍ଷା ଶୀତ କୁହୁଡି କାକର

ସଭିଏଁ ମିତ ମୋହର,

ଲାଗିଥାଏ କର୍ମେ ଆପଣା ର ଧର୍ମେ

କାମକୁ ନ ଥାଏ ତର ।।

ମାଟି କାଦୁଅ କି ଗୁହାଳ ଗୋବର

ମୋ ପାଇଁ ଚନ୍ଦନ ପରି,

ଖଟୁଛି ବିଲ ରେ ବାପା ବୋଉ ସାଥେ

ତାଙ୍କ କାମ ଅନୁସରି ।।

ଚାଷୀ ପୁଅ ମୁହିଁ ଓଡ଼ିଶା ମାଟିର

ଚାଷ କାମ ମୋର ବୃତ୍ତି,

ଚାଷ କରି ଦାନା ବିତରେ ଅନ୍ୟ କୁ

ଅଳସେ ନ ଥାଏ ପ୍ରୀତି ।।

ମୁଣ୍ଡର ଝାଳ କୁ ତୁଣ୍ଡେ ପିଇ ଯାଏ

ବାହୁ ବଳ ଏକା ସାହା,

କ୍ଷେତ ରେ ଫଳାଏ ସୁନାର ଫସଲ

ମାଟି ମାଆ ଦିଏ ଯାହା ।।

ହାତ ପତାଇବା ନୁହେଁ ମୋ ଧରମ

କର୍ମ କରି ଫଳ ଖାଏ,

କର୍ମ ରେ ବିଶ୍ୱାସ ରଖି ଥାଏ ଦୃଢ଼

ଅଳସୁଆ ଦୁଃଖ ପାଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational