STORYMIRROR

BANANIBALA NAIK

Others

4  

BANANIBALA NAIK

Others

ଆସ ସଖୀ ଯିବା ଶୀରିକ୍ଷେତର

ଆସ ସଖୀ ଯିବା ଶୀରିକ୍ଷେତର

1 min
403


ଲାଗିଛି ଆଜି ମୋ ଜଗା'ର ଡୋର,
ଆସ ସଖୀ ଯିବା ଶିରୀକ୍ଷେତର ।।
ଘର କରିଛି ସେ ନୀଳ କନ୍ଦର, 
ସାଥେ ଛନ୍ତି ଭାଇ ଶ୍ରୀ ହଳଧର ।।
ମଝିରେ ଭଉଣୀ ଭାରି ସୁନ୍ଦର,
ସାଥେ ସୁଦର୍ଶନ ସ୍ତମ୍ଭ ଆକାର ।।
ଡାକିଲାଣି ମୋତେ ଯିବି ଏଥର,
ଆସଆସ ସଖୀ ଆସ ମକର ।।
ଦୂରରୁ ଦେଖିବା ନୀଳଚକର,
ଚକରେ ଉଡୁଛି ନେତ ସୁନ୍ଦର ।।
ଦେଖନ୍ତେ ପାତକ ହୁଅଇ ଦୂର,
ପତିତ ପାବନ ନାମ ତାହାର ।।
ମୁଖେ ଗାଉଥିବା ନାମ ଜଗା'ର,
ହାତ ଟେକି ଦେବା ମଥା ଉପର ।।
ବଡ଼ଦାଣ୍ଡ ତାର ବଡ଼ ଓସାର,
ତହିଁ ରୁ ରେଣୁ ଟେ ବୋଲି ମଥାର ।।
ଧିରେଧିରେ ଯିବା ସିଂହଦୁଆର,
ଜଗା ନାମ ଧରି ଯିବା ଭିତର ।।
ମଥାରେ ପଡ଼ିବ ବେତ ପାହର,
ବାଜନ୍ତେ ପାତକ ହୋଇବ ଦୂର ।।
ବାଇଶି ପାହାଚ ଜଗତେ ସାର,
ମଥା ନୋଇଁ କରିବା ନମସ୍କାର ।।
ତହୁଁ ଯିବା ସଖୀ ଗମ୍ଭୀରା ଘର,
ପ୍ରଭୁଙ୍କ ବାହନ ଗରୁଡେଶ୍ୱର ।।
କୁଣ୍ଢେଇବା ତାଙ୍କୁ ବେନି ଭୁଜର ,
ସମ୍ମୁଖେ ଦେଖିବା କଳା ଠାକୁର ।।
ଚକାଚକା ଆଖି କେଡ଼େ ସୁନ୍ଦର,
କାଳିଆ ମୁହଁକୁ ରଙ୍ଗ ଅଧର ।।
ହସ୍ତେ ଧରିଛନ୍ତି ଶଙ୍ଖ ଚକର,
ବସିଛନ୍ତି ସେ ତ ରତ୍ନବେଦୀର ।।
କି ସୁନ୍ଦର ଦିଶେ ଦୟଣା ହାର,
ଆହୁରି ସୁନ୍ଦର ତୁଳସୀ ହାର ।।
ସୁବର୍ଣ୍ଣ ମୁକୁଟ ମଥାରେ ତାର,
ଖଣ୍ଡୁଆ ପାଟଟି ଦେହେ ସୁନ୍ଦର ।।
ଦର୍ଶନ ମାତ୍ର କେ ପାତକ ଦୂର
କରିବେ, ସେ ପରା କଳା ଠାକୁର ।।
ଭାବରେ ବନ୍ଧା ମୋ ଶ୍ୟାମ ସୁନ୍ଦର,
ଭାବ କୁ ନିକଟ ଅଭାବେ ଦୂର ।।
ଭାବରେ ଡାକୁଛି କାଳିଆ ମୋର,
ଚାଲ ଯିବା ଗୋ ନ କରି ଉଛୁର ।।

ବନାନୀ ବାଳା ନାଏକ
ସୁନ୍ଦରଗଡ଼




Rate this content
Log in